ଓଡିଶା

odisha

heat wave

ETV Bharat / videos

ଶିଳ୍ପ ଜିଲ୍ଲାରେ କଲବଲ କରୁଛି ତାତି, ଦିନ 10 ପରେ ସବୁ ସୁନସାନ - ଅସ୍ତବ୍ୟସ୍ତ ଜନଜୀବନ

By

Published : Apr 14, 2023, 5:10 PM IST

ଅନୁଗୋଳ:ଜିଲ୍ଲାରେ କଲବଲ କରୁଛି ଗ୍ରୀଷ୍ମ ତାତି। ଗତ ତିନି ଚାରି ଦିନ ହେଲା ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ସକାଳ ୧୦ଟା ବାଜିଲେ ରାସ୍ତାରେ ଯିବା କଷ୍ଟକର ହୋଇ ପଡୁଛି।  ତେବେ ଏନେଇ ଗୁରୁତ୍ୱର କାମ ନଥିଲେ ଅଧିକାଂଶ ଲୋକ ଘରୁ ବାହାରକୁ ବାହାରୁ ନାହାନ୍ତି।  ଜରୁରୀ କାମରେ ବାହାରକୁ ଆସୁଥିବା ଲୋକେ ଥଣ୍ଡା ପାନୀୟ, ତରଭୁଜ ଓ କାକୁଡି ବିକ୍ରି ହେଉଥିବା ସ୍ଥାନରେ ଭିଡ଼ ଜମାଉଛନ୍ତି। ତେବେ ଆଗକୁ ବର୍ଷା ନ ହେଲେ ପରିସ୍ଥିତି ଆହୁରି ଭୟଙ୍କର ହୋଇ ପଡିବ ବୋଲି ଅନୁମାନ କରା ଯାଉଛି।  

ସେହିପରି ଗତ କିଛି ଦିନର ରେକର୍ଡରୁ ପଡୁଛି ଯେ, ଗତ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୩୮.୭ ଡିଗ୍ରୀ ଥିଲା। ସେହିପରି ୧୦ ତାରିଖରେ ୩୯.୧ ଡିଗ୍ରୀ, ୧୧ତାରିଖରେ ୪୦.୧ଡିଗ୍ରୀ, ୧୨ତାରିଖରେ ୪୧.୭ଡିଗ୍ରୀ ରହିଥିଲା। ତେବେ ଆଗକୁ ମେ ମାସ ଥିବା ବେଳେ ତାପମାତ୍ରା ଆହୁରି ବଢିବାର ଆଶଙ୍କା ରହିଛି। ତେଣୁ ଏବେ ଠାରୁ ସମସ୍ତେ ସତର୍କ ରହିବା ଆବଶ୍ୟକ। ଅନୁଗୋଳ ଜିଲ୍ଲାରେ ଦିନକୁ ହେଉଥିବା ତାପମାତ୍ର ବୃଦ୍ଧି ସମସ୍ତଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।  

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details