ଓଡିଶା

odisha

wood cutting ritual

By

Published : Mar 30, 2023, 10:02 PM IST

ETV Bharat / videos

ରାମ ନବମୀରେ କାହିଁକି ରଥ କାଠର ଚିରଟ ପ୍ରକ୍ରିୟା ଆରମ୍ଭ ହୁଏ, ଜାଣନ୍ତୁ

କଟକ:ଆଜି ହେଉଛି ପବିତ୍ର ରାମ ନବମୀ । ଆଜି ଦିନଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା' ଶୁଭଦ୍ରାଙ୍କ ଲାଗି ରଥକାଠ ଅନୁକୂଳ ହୋଇଥାଏ । ଏହି ପରମ୍ପରା ଅନୁସାରେ ଆଜି ପୁରୀ ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ କଟକ ଖପୁରିଆ ସ୍ଥିତ ସ’ ମିଲ ପରିସରରେ କାଠ ଚିରଟ ପକ୍ରିୟା ଆରମ୍ଭ ହୋଇଛି ।  

ପୁରୀରୁ ଶ୍ରୀମନ୍ଦିରର ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ ଆଣିବା ପରେ ଖପୁରିଆ ସ' ମିଲକୁ ଆସିଥିଲେ। ରଥ ନିର୍ମାଣ ପାଇଁ  ଆସିଥିବା ୧୨ ଫୁଟ୍‌ ଲମ୍ବା ବିଶିଷ୍ଟ ତିନି ଖଣ୍ଡ ଧଉରା କାଠକୁ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମେସିନ୍‌ ସାହାଯ୍ୟରେ ଚିରଟ ହୋଇଥିଲା । ରଥ ନିର୍ମାଣ ପାଇଁ ୮୬୪ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ସେଥିମଧ୍ୟରୁ ଗତ ବର୍ଷର ୧୧୮ ଖଣ୍ଡ କାଠ ବଳକା ଥିଲା ଏବଂ ବାକି ଆବଶ୍ୟକ ହେଉଥିବା ୭୪୭ ଖଣ୍ଡ ଆସିବା ପାଇଁ ବନ ବିଭାଗକୁ ଅବଗତ କରାଯାଇଛି ।

ଏହା ବି ପଢନ୍ତୁ- କଟକରେ ଧୂମଧାମରେ ପାଳିତ ହେଉଛି ରାମ ନବମୀ, ସମସ୍ତଙ୍କ ମୁହଁରେ ରାମ ନାମ

ନୟାଗଡର ଦଶପଲ୍ଲା ସମେତ ଜିଲ୍ଲାର ଅନ୍ୟ ସ୍ଥାନରୁ କାଠ ସଂଗ୍ରହ କରାଯାଇ ଏହି ଖପୁରିଆ ସ' ମିଲ ଅଭିମୁଖେ ଆସିବ।ରଥ କାଠ ମଧ୍ୟରେ ଅସନ, ଧଉରା, ଫାସୀ ସମେତ ବହୁ ମୂଲ୍ୟବାନ କାଠ ରହିଛି। କାଠ ଗୁଡିକ ଏଠାରେ ପହଞ୍ଚିବା ପରେ ପର୍ଯ୍ୟାୟ କ୍ରମେ ସବୁ ଏହି କାଠକୁ ଆବଶ୍ୟକ ମୁତାବକ ସାଇଜରେ ମେସିନ ସାହାଯ୍ୟରେ ଚିରଟ ହେବ। ତେବେ ଖୁବ ଶୀଘ୍ର କାଠ ଚିରଟ ହୋଇ ପୁରୀ ଅଭିମୁଖେ ଯାତ୍ରା କରିବ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details