ଆବର୍ଜନାରେ ଭର୍ତ୍ତି ହେଲିପ୍ୟାଡ: ଲ୍ୟାଣ୍ଡିଂ କରିପାରିଲାନି ୟାଦ୍ଦିରପ୍ପାଙ୍କ ହେଲିକପ୍ଟର - ଲ୍ୟାଣ୍ଡିଂ କରିପାରିଲାନି ୟାଦ୍ଦିରୋପ୍ପାଙ୍କ ହେଲିକପ୍ଟର
ବେଙ୍ଗାଲୁରୁ:ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟାଦ୍ଦିରପ୍ପାଙ୍କ ହେଲିକପ୍ଟର ଅବତରଣ ବେଳେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି । ହେଲିପ୍ୟାଡ ନିକଟରେ ଆବର୍ଜନା ଗଦା ହୋଇଥିବା କାରଣରୁ ହେଲିକପ୍ଟରଟି ଅବତରଣ କରିନପାରି ପୁଣି ଥରେ ଟେକ-ଅଫ କରିବାକୁ ବାଧ୍ୟ ହୋଇଛି । ହେଲିପ୍ୟାଡ ନିକଟରେ ପଡିଥିବା ପ୍ଲଷ୍ଟିକ ଆବର୍ଜନା ହେଲିକପ୍ଟର ଲ୍ୟାଣ୍ଡିଂ କରିବା ସମୟରେ ଏଣେତେଣେ ଉଡିଥିଲା । ପୁରା ପରିବେଶ ଆର୍ବଜନା ଓ ଧୂଳିମୟ ହୋଇଯିବାରୁ ହେଲିକପ୍ଟରକୁ ଲ୍ୟାଣ୍ଡିଂ କରିବା ସମ୍ଭବ ହୋଇପାରିନଥିଲା । କାଲାବୁରାଗୀରେ ୟାଦ୍ଦିରପ୍ପାଙ୍କ ଗସ୍ତ ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ହେଲିପ୍ଯାଡରେ ପ୍ରଶାସନିକ ଅଧିକାରୀ, ପୋଲିସ ଓ ଫାଏର ଟିମ ମଧ୍ୟ ଉପସ୍ଥିତ ଥିଲେ । ହେଲିକପ୍ଟର ଲ୍ୟାଣ୍ଡିଂ କରିବା ବେଳେ ନିକଟରେ ଜମା ହୋଇଥିବା ପ୍ଲାଷ୍ଟିକ ଅଳିଆ ଏପରି ଅଣାୟତ ସ୍ଥିତି ସୃଷ୍ଟି କରିଥିଲା ଯେ ସମଗ୍ର ଅଞ୍ଚଳ ଧୂଳି ଓ ଆବର୍ଜନାରେ ଭରି ଯାଇଥିଲା । ଫଳରେ ହେଲିକପ୍ଟରଟି ଭୂମି ସ୍ପର୍ଷ କରିବା ପୂର୍ବରୁ ପୁଣି ଥରେ ଉଡାଣ ଭରି ଆକଶରେ କିଛି ସମୟ ରହିଥିଲା । ପରେ ହେଲିକପ୍ଟରଟି ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛି । ଏପରି ତ୍ରୁଟି ପରେ ହେଲିପ୍ୟାଡ ନିକଟରୁ ସମସ୍ତ ଆବର୍ଜନାକୁ ସଫା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ