ଓଡିଶା

odisha

କଳାହାଣ୍ଡିରେ ଢାଳୁଛି

ETV Bharat / videos

କଳାହାଣ୍ଡିରେ ଢାଳୁଛି, ଥୁଆମୂଲ ରାମପୁରରେ ସର୍ବାଧିକ ବର୍ଷା ରେକର୍ଡ - କଳାହାଣ୍ଡିରେ ଲଗାଣ ବର୍ଷା

By

Published : Jul 19, 2023, 10:31 AM IST

ଭବାନୀପାଟଣା:ବିଳମ୍ବରେ ହେଉ ପଛେ କଳାହାଣ୍ଡିକୁ ମୌସୁମୀ ଫେରିଛି । ଦୁଇଦିନ ଧରି କଳାହାଣ୍ଡିରେ ଲଗାଣ ବର୍ଷା ହୋଇଛି । ଢାଳୁଛି ଯେ ଢାଳୁଛି ଛାଡିବାର ନାଁ ନେଇନାହିଁ । 5 ମିନିଟ ଛାଡିଲେ ଗୋଟିଏ ଘଣ୍ଟା ଯାଏ ଢାଳୁଛି ବର୍ଷା । ଥୁଆମୂଲ୍ ରାମପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଗରମ ଲୋକେ ତ୍ରାହି ପାଇ ଥିବା ବେଳେ ବର୍ଷାକୁ ଦେଖି ଚଷାପୁଅ ମଧ୍ୟ ବେଶ ଖୁସି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପୂର୍ବ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଫଳରେ ରାଜ୍ୟ ବିଭିନ୍ନ ସ୍ଥାନ ମାନଙ୍କରେ ଲଗାଣ ବର୍ଷା ଲାଗିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦୁଇଦିନ ହେଲା ଲଗାଣ ବର୍ଷା ଦେଖିବାକୁ ମିଳିଛି । 

ଏହା ମଧ୍ୟ ପଢନ୍ତୁ:ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଯୋଗାଯୋଗ ବିଚ୍ଛିନ୍ନ

ଜିଲ୍ଲାର ଥୁଆମୂଲ୍ ରାମପୁର ବ୍ଲକରେ ସର୍ବାଧିକ ୧୮୯ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କର୍ଲାମୁଣ୍ଡା ବ୍ଲକରେ ୧୮୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ଜିଲ୍ଲାର କଲମପୁର ବ୍ଲକରେ ୯୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କୋକସରା ବ୍ଲକରେ ୪୦ ମିଲିମିଟର,ଭବାନୀପାଟଣାରେ ୬୦ ମିଲିମିଟର, ଜୟପାଟଣା ବ୍ଲକରେ ୫୧ ମିଲିମିଟର, କେସିଙ୍ଗାରେ ୩୩.୫ ମିଲିମିଟର, ମଦନପୁର ରାମପୁରରେ ୭୧ ମିଲିମିଟର, ଲାଞ୍ଜିଗଡରେ ୩୪ ମିଲିମିଟର, ଧର୍ମଗଡରେ ୩୮ ମିଲିମିଟର, ଜୁନାଗଡ଼ରେ ୩୯ ମିଲିମିଟର ବର୍ଷା ହୋଇଥିବା ବେଳେ ଗୋଲାମୁଣ୍ଡା ବ୍ଲକରେ ସର୍ବନିମ୍ନ ୧୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details