ଓଡିଶା

odisha

ETV Bharat / videos

ହାଡ଼ଭଙ୍ଗା ଶୀତରେ ଥରୁଛି ମୟୂରଭଞ୍ଜ, ଘନ କୁହୁଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ

By

Published : Jan 7, 2023, 3:48 PM IST

Updated : Feb 3, 2023, 8:38 PM IST

ରାଇରଙ୍ଗପୁର: ଗତ କିଛି ଦିନରୁ ମୟୂରଭଞ୍ଜ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ବିଭିନ୍ନ ସ୍ଥାନରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ସନ୍ଧ୍ୟା ନଇଁଲେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ସକାଳ ସମୟରେ ଘନ କୁହୁଡ଼ି ପ୍ରଭାବରେ ରାସ୍ତାଘାଟ ଦେଖା ଯାଉନଥିବାରୁ ଗାଡି ମଟର ଚଳାଇବା କଷ୍ଟକର ହୋଇପଡିଛି । ଆଜି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାକାମୁଡାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ନଅଣାରେ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ଲୋକେ ବସି ରହୁଛନ୍ତି । ଚା ଖଟିରେ ମଧ୍ୟ ବେଶ ଭିଡ଼ ଜମୁଛି ।
Last Updated : Feb 3, 2023, 8:38 PM IST

ABOUT THE AUTHOR

...view details