କଡ଼ ଲେଉଟାଉଛି ମହାମାରୀ, ସତର୍କ କରାଇଲେ ରାଜ୍ୟ ସରକାର - ଓଡ଼ିଶାରେ କୋରୋନା ଭୟ
ଭୁବନେଶ୍ବର: ପୁଣିଥରେ କଡ଼ ଲେଉଟାଉଛି ମହାମାରୀ କୋରୋନା । କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ସରକାରଙ୍କ ପରାମର୍ଶ । ମାସ୍କ ପିନ୍ଧିବା ସହ ନିୟମିତ ହାତ ଧୋଇବାକୁ ସରକାର ପରାମର୍ଶ ଜାରି କରିଛନ୍ତି । କୌଣସି ଲକ୍ଷଣ ଦେଖିଲେ ନିଜକୁ ନିଜେ ସଙ୍ଗରୋଧ କରିବା ପାଇଁ ପରାମର୍ଶ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ମଧ୍ୟ ପରାମର୍ଶ ଜାରି କରାଯାଇଛି । ପ୍ରସ୍ତୁତ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ କୋଭିଡ୍ ସ୍ଥିତି ନେଇ ସ୍ବାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ସୂଚନା ଦେଇଛନ୍ତି ।
Last Updated : Feb 3, 2023, 8:36 PM IST