ରାସ୍ତା ଅବସ୍ଥା ଦେଖି ଅଟକିଲା ବରଗାଡି, ଧାରଣାରେ ବସିଲେ ବର - ଧାରଣାରେ ବସିଲେ ବର
ଡେରାଡୁନ: ରାସ୍ତା ପାଇଁ କେବେ ବର ଧାରଣାରେ ବସିବା କଥା ଆପଣ ଶୁଣିଛନ୍ତି କି? କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ୍ୟ । ଉତ୍ତରାଖଣ୍ଡରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ।ସୂଚନାଅନୁସାରେ ଭୂସ୍କଳନ ହେତୁ ଗତ ଏକମାସ ଧରି କାଠଗୋଡାମ ହୈଦାଖାନ ରୋଡ(Kathgodam HaidaKhan Road) ବନ୍ଦ ରହିଛି । ରାସ୍ତା ଖୋଲିବା ପାଇଁ ସାଧାରଣ ଲୋକେ ବାରମ୍ବାର ପ୍ରତିବାଦ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନଥିଲା । ତେବେ ସୋମବାର ଦିନ ଏକ ବରଯାତ୍ରୀ ସେହି ରାସ୍ତାଦେଇ ଯାଉଥିବା ସମୟରେ ବର ଗାଡିରୁ ବାହିରି ଆସି ଧାରଣାରେ ବସିଥିଲେ(groom sat on strike in Haldwani) । ବିବାହ ଦିନ ବର କନ୍ୟା ଘରକୁ ଯାଇ ସାତଫେରା ନେବାକୁ ତତ୍ପର ରହିଥାଏ । କିନ୍ତୁ ଏଠାରେ ବର ନିଜର ସାମାଜିକ ଦାୟିତ୍ବକୁ ରକ୍ଷା କରି ଧାରଣାରେ ବସିଥିଲେ । ଶୁଣନ୍ତୁ କଣ କହୁଛନ୍ତି ବର
Last Updated : Feb 3, 2023, 8:35 PM IST