ଓଡିଶା

odisha

ବାଣ ବଜାରରେ ଜମୁଛି ଭିଡ଼

ETV Bharat / videos

Diwali 2023: ଦୀପାବଳି ପାଇଁ ବାଣ ବଜାରରେ ଜମୁଛି ଭିଡ଼ - deepawali 2023

By ETV Bharat Odisha Team

Published : Nov 11, 2023, 10:07 PM IST

ଝାରସୁଗୁଡ଼ା: ଆଲୋକର ପର୍ବ ଦୀପାବଳି ପାଇଁ ସମଗ୍ର ଝାରସୁଗୁଡ଼ାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ରଙ୍ଗୀନ ଆଲୋକ ସାଙ୍ଗକୁ ରଙ୍ଗ ବେରଙ୍ଗର ବାଣ ରୋଷଣୀରେ ଝଲସିବ ପରିବେଶ । ବାଣ ମାର୍କେଟରେ ମଧ୍ୟ ଅଳ୍ପ ଦର ଠାରୁ ଉଚ୍ଚ ଦର ଯାଏଁ ବିଭିନ୍ନ ପ୍ରକାର ବାଣ ବିକ୍ରି ହେଉଛି । ଲୋକେ ଏଥର ମଧ୍ୟ ଗ୍ରୀନ ବାଣ ଉପରେ ଗୁରୁତ୍ୱ ଦେଇଛନ୍ତି ।

ଏହା ବି ପଢନ୍ତୁ...Diwali 2023: ଦୀପାବଳିରେ ଏଡାଇ ପାରିବେ ଅଘଟଣ, ଅଗ୍ନିଶମ ବାହିନୀ କରୁଛି ସଚେତନ


ଚଳିତ ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଝାରସୁଗୁଡା ପୋଲିସ ଅଣ୍ଟା ଭିଡ଼ିଛି । ଯେଉଁ ବ୍ୟବସାୟୀମାନେ ବାଣ ବିକ୍ରି କରିବେ, ସେମାନେ କେବଳ ଏହି ଗ୍ରୀନ୍‌ କ୍ରାକର ହିଁ ବିକ୍ରି କରିବାକୁ ଅନୁମତି ରହିଛି । ଲୋକମାନେ ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇପାରିବେ । ହେଲେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧର୍ମସ୍ଥଳର ୧୦୦ ମିଟର ପରିସୀମାରେ ଆପତ୍ତିଜନକ ବାଣ ଫୁଟାଇବାକୁ ବାରଣ କରାଯାଇଛି । ଯେଉଁମାନେ ନିୟମ ଉଲ୍ଲଘଂନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାରସୁଗୁଡା ପୋଲିସ ସତର୍କ କରାଇଛି । 

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details