ସ୍ଥାୟୀ ନିଯୁକ୍ତି ଦାବିରେ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ - ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆନ୍ଦୋଳନ
🎬 Watch Now: Feature Video
ଅନୁଗୋଳ:୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଉଟସୋର୍ସିଂ କର୍ମଚାରୀ। ସମାନ କାମକୁ ସମାନ ଦରମା ସହ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି ଆଉଟସୋର୍ସିଂ କର୍ମଚାରୀ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ ଭଳି ଆଉଟସୋରସିଙ୍ଗ କର୍ମଚାରୀଙ୍କୁ ମଧ୍ୟ ସମସ୍ତ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି। ଏନେଇ 10 ଦଫା ଦାବିରେ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସେମାନେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି।
ଦିନକୁ ଦିନ ଆଉଟସୋରସିଂ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବାବେଳେ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ କରିଛନ୍ତି ହଲ୍ଲାବୋଲ। ସରକାରଙ୍କ ବିଭିନ୍ନ ବିଭାଗରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କର ସମାନ କାମକୁ ସମାନ ଦରମା ଦାବି ହୋଇଛି। ଏହାବ୍ୟତୀତ ସେମାନକୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ମଧ୍ୟ ଦାବି ଜୋର ଧରିଛି। ଅନ୍ୟ ସରକାରୀ କର୍ମଚାରୀଙ୍କ ଠାରୁ ଅଧିକ କାମ କରୁଥିଲେ ବି ଚାକିରୀର ସ୍ଥାୟୀତ୍ୱ ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଯାହାର ପ୍ରତିବାଦରେ ଅନୁଗୋଳ ଜିଲ୍ଲାରେ ଜଙ୍ଗଲ, ମେଡିକାଲ, ରାଜସ୍ୱ, ଅବକାରୀ ଓ ଶିକ୍ଷା ଆଦି ବିଭାଗରେ କାର୍ଯ୍ୟରତ 500ରୁ ଉର୍ଦ୍ଧ୍ବ କର୍ମଚାରୀମାନେ ନିଜର ଦାବି ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିନା କାରଣରେ ଛଟେଇ କରାଯାଇଥିବା କର୍ମଚାରୀଙ୍କୁ ନିଯୁକ୍ତି ସହ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।
ଇଟିଭି ଭାରତ, ଅନୁଗୋଳ