ଶୈଳ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ଦର୍ଶନ କଲେ ରାଜ୍ୟପାଳ - ଅନୁଗୋଳ ଗସ୍ତରେ ରାଜ୍ୟପାଳ
Published : Dec 7, 2023, 12:07 PM IST
ଅନୁଗୋଳ: ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ। ଦୁଇ ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଥିବା ରାଜ୍ୟପାଳ ଗତକାଲି ସନ୍ଧ୍ୟାରେ ମା' ହିଙ୍ଗୁଳାଙ୍କ ଦର୍ଶନ କରିଥିବା ବେଳେ ଆଜି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହାଛଡା ପୁରା ମନ୍ଦିର ପରିସରରେ ଥିବା ସବୁ ଦେବାଦେବୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ତେବେ ଜିଲ୍ଲା ଗସ୍ତରେ ଥିବା ରାଜ୍ୟପାଳ ଗତକାଲି ସନ୍ଧ୍ୟାରେ ଅଗ୍ନିରୂପା ମା ହିଙ୍ଗୁଳାଙ୍କ ଦର୍ଶନ କରିଥିଲେ। ଆଜି ନାଲକୋ ଗେଷ୍ଟ ହାଉସରୁ ବାହାରି ଜଗନ୍ନାଥଙ୍କ ଦର୍ଶନ ଓ ପରେ ପୁଣି ଗେଷ୍ଟ ହାଉସ ଓ ସେଠାରୁ ସଡ଼କ ପଥରେ ରାଜଭବନ ଫେରିଯାଇଛନ୍ତି। ଗତକାଲି ରାଜ୍ୟପାଳ ପ୍ରଥମେ ତୁରଙ୍ଗସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି କୁନି କୁନି ପିଲାମାନଙ୍କ ସହ ମିଶି ଥିଲେ। ସେଠାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଓ ପାଚିକାଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏହାପରେ ଏକ ପାର୍କ ପରିଦର୍ଶନ କରିବା ପରେ ବାଜି ରାଉତ ଛାତ୍ରାବାସ ପରିଦର୍ଶନ କରିଥିଲେ । ଏଥିସହ ସନ୍ଧ୍ୟାରେ ତାଳଚେରସ୍ଥିତ ହିଙ୍ଗୁଳା ମନ୍ଦିର ଦର୍ଶନ କରି ନାଲକୋ ଅତିଥି ଭବନରେ ରାତ୍ରି ଯାପନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ରାଜ୍ୟପାଳ ରଘୁବର ଦାସଙ୍କ ଅନୁଗୋଳ ଗସ୍ତ, ଶୁଣିଲେ ଲୋକଙ୍କ ସମସ୍ୟା
ଇଟିଭି ଭାରତ, ଅନୁଗୋଳ