ଓଡିଶା

odisha

ଡାକ୍ତରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

ETV Bharat / videos

ଜଣେ ଡାକ୍ତର ଏକାଧାରରେ ସୈନିକ, ମନସ୍ତତ୍ତ୍ବବିଦ୍ ଓ ପୂଜକ: ରାଜ୍ୟପାଳ - scientist of human constitution

By

Published : Jul 26, 2023, 7:40 PM IST

କଟକ: SCB ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉତ୍ସବରେ ରାଷ୍ଟ୍ରପତି ଉଦବୋଧନ ଦେଇଥିବାବେଳେ ଉପସ୍ଥିତ ଥିବା ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଶୀଲାଲ ମଧ୍ୟ ଡାକ୍ତରଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଛନ୍ତି। ପ୍ରଥମେ ସାଲୁଟେସନ, ଜୁହାର, ପ୍ରଣିପାତ, ନମସ୍କାର ସହ ସେ ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି । ସେ କହିଛନ୍ତି,"ଜଣେ ଡାକ୍ତର ଏକାଧାରରେ ସୈନିକ, ମନସ୍ତତ୍ତ୍ବବିଦ୍ ତଥା ପୂଜକ ରୂପେ ମଧ୍ୟ କାର୍ଯ୍ୟ କରିବାର କ୍ଷମତା ରଖିଥାଏ । ଜଣେ କାର୍ଯ୍ୟରତ ଡାକ୍ତର ପାଇଁ କୌଣସି ପ୍ରତିବନ୍ଧକ କେବେ ବାଧା ହୋଇପାରେନି । ଜାତି, ଧର୍ମ, ବର୍ଣ୍ଣ  ନିର୍ବିଶେଷରେ ଯେକୌଣସି ରୋଗୀଙ୍କୁ ଚିକିତ୍ସା କରିଥାଆନ୍ତି ଡାକ୍ତର । ପଦ୍ମର ପାଖୁଡା ପରି ସର୍ବଦା ଖୋଲା ହୃଦୟରେ ସେବା କରିଥାନ୍ତି ଡାକ୍ତର । ନିର୍ମଳ ହୃଦୟରେ ରୋଗୀସେବାକୁ ବ୍ରତ ରୂପେ ଗ୍ରହଣ କରି ନୂଆ ଜୀବନ ଦେଇଥାନ୍ତି ଡାକ୍ତର।  

ଏହା ବି ପଢନ୍ତୁ...Annual function of SCB Medical: ‘ଡାକ୍ତରୀ ଏକ ବୃତ୍ତି ନୁହେଁ ବ୍ରତ, SCB ଗରିବ ଲୋକଙ୍କ ବଡ ଆଶା ଭରସା’

ଏହାସହ ରାଜ୍ୟପାଳ ଏକ ଉଦାହରଣ ଦେଇ ରାଜ୍ୟପାଳ କହିଛନ୍ତି, "ଏକଦା ଶ୍ରୀ ଅରବିନ୍ଦଙ୍କୁ ଜଣେ ଭକ୍ତ ପଚାରିଲେ, ଶ୍ରୀଜଗନ୍ନାଥ ଥାଉଥାଉ ହସ୍ପିଟାଲ ବା ଡାକ୍ତଙ୍କ ଆବଶ୍ୟକତା କାହିଁକି ? ସେତେବେଳେ ଶ୍ରୀ ଅରବିନ୍ଦ ଉତ୍ତର ରଖିଥିଲେ ଯେ, ଡାକ୍ତର ହେଉଛନ୍ତି ଭଗବାନଙ୍କ ଅନ୍ୟ ଏକ ସ୍ବରୂପ।" ଏହାସହ ସେ ଡାକ୍ତରଙ୍କୁ 'scientist of human constitution'ର ଆଖ୍ୟା ଦେଇଛନ୍ତି ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details