ଓଡିଶା

odisha

ନବରଙ୍ଗପୁରରେ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ

ETV Bharat / videos

ନବରଙ୍ଗପୁରରେ 'ଘରେ ଘରେ ହାତ' ଅଭିଯାନ, ଶତାଧିକ ସମର୍ଥକଙ୍କ ସହ କଂଗ୍ରେସର ଶୋଭାଯାତ୍ରା - Nabarangapur news

By ETV Bharat Odisha Team

Published : Oct 9, 2023, 6:44 AM IST

ନବରଙ୍ଗପୁର:ସାଧାରଣନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ଆରମ୍ଭ କରିଛି 'ଘରେ ଘରେ ହାତ' ଅଭିଯାନ । ଆଜି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । AICC ଓ PCC ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ଏହି କାର୍ଯ୍ୟକ୍ରମ ହାତକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରାକାରଙ୍କ ଅପାରଗତାକୁ ପ୍ରସଙ୍ଗ କରିଛି ଦଳ  ।  

 ଏହା ମଧ୍ୟ ପଢନ୍ତୁ....ପୁରୀରେ "ଘରେ ଘରେ କଂଗ୍ରେସ ଘରେ ଘରେ ହାତ" ଅଭିଯାନ

ଏହି କାର୍ଯ୍ଯକ୍ରମ ବର୍ତ୍ତମାନ ବ୍ଲକରେ ଅନୁଷ୍ଠିତ ହେଉଥିବା ବେଳେ ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ଓ ୱାର୍ଡରେ କରାଯିବ ବୋଲି ପ୍ରକାଶ କରିଛନ୍ତି ନବରଙ୍ଗପୁର DCC ସଭାପତି ମୁନ୍ନା ତ୍ରିପାଠୀ । ତେବେ ଆଜିର କାର୍ଯ୍ୟକ୍ରମ କଂଗ୍ରେସ ଦଳର ବହୁ କର୍ମକର୍ତ୍ତା ଯୋଗଦେଇ ଘରକୁ ଘର ବୁଲି ଲୋକଙ୍କ ସହ ଆଲୋଚନା କରିଛନ୍ତି । କଂଗ୍ରେସ ଶାସନରେ ଥିବା ସମୟରେ ହୋଇଥିବା ବିକାଶକୁ ମୁଦ୍ଦା କରି ନିର୍ବାଚନ ରଣନିତୀ ପ୍ରସ୍ତୁତ କରୁଛି ଦଳ ।

ଇଟିଭି ଭାରତ,ନବରଙ୍ଗପୁର

ABOUT THE AUTHOR

...view details