ଓଡିଶା

odisha

ETV Bharat / videos

Passing Out Parade: ସେନା ଅଧିକାରୀ ହେଲେ ଟ୍ରକ୍ ଡ୍ରାଇଭରଙ୍କ ପୁଅ - ସେନା ଅଧିକାରୀ ହେଲେ ଡ୍ରାଇଭରଙ୍କ ପୁଅ

🎬 Watch Now: Feature Video

ସେନା ଅଧିକାରୀ ହେଲେ ଡ୍ରାଇଭରଙ୍କ ପୁଅ

By

Published : Jun 10, 2023, 10:18 PM IST

ପାଟନା:ଟ୍ରକ ଡ୍ରାଇଭରଙ୍କ ପୁଅ ହେଲେ ଭାରତୀୟ ସେନାର ଅଧିକାରୀ । ବିହାରର ଗୟାରେ ଅଫିସର୍ସ ଟ୍ରେନିଂ ଏକାଡେମୀ (OTA) ଦ୍ବାରା ଆୟୋଜିତ 23 ତମ ପାସିଂ ଆଉଟ ପରେଡରେ ସୁନାମ ଆଣିଛନ୍ତି କଟିହାରୀର ସୁଖୱିନ୍ଦର ସିଂ । ଏହାସହ ନିଜ ସଫଳତାର ସମସ୍ତ ଶ୍ରେୟ ପିତାଙ୍କୁ ଦେଇଛନ୍ତି ସୁଖୱିନ୍ଦର। ତେବେ ସୁଖୱିନ୍ଦରଙ୍କ ପିତା ଅମରିନ୍ଦର ସିଂ ଜଣେ ଟ୍ରକ୍ ଚାଳକ ହୋଇଥିବାବେଳେ ଖୁବ ପରିଶ୍ରମ କରି ପୁଅକୁ ପାଠ ପଢାଇଛନ୍ତି। ପୁଅକୁ ସେନା ଅଧିକାରୀ କରିବାକୁ ତାଙ୍କୁ ଅନେକ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡିଛି ବୋଲି ପ୍ରକାଶ କରିଛନ୍ତି ସୁଖବିନ୍ଦର। ଏହାସହ ପୁଅ ଦେଶର ସେବା କରିବ ଜାଣି ବହୁତ ଖୁସି ଅନୁଭବ ହେଉଥିବା ସେ କହିଛନ୍ତି ।

ଅପରପକ୍ଷେ ଟ୍ରେନିଂ ପରେ ମିଳିଥିବା ଉପଲବ୍ଧିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଲେଫ୍ଟନାଣ୍ଟ ସୁଖୱିନ୍ଦର ସିଂ। ସେହିପରି ରାଜସ୍ଥାନ ଜୟପୁରର ଲେଫ୍ଟନାଣ୍ଟ ବିବିଏସ ରାଠୋର ମଧ୍ୟ ସେନାରେ ସାମିଲ ଖୁସି ଅନୁଭବ କରିଛନ୍ତି। ପରିବାରର ପଞ୍ଚମ ପିଢୀ ଭାବେ ସେ ସେନାରେ ଯୋଗ ଦେଇଥିବା କହିଛନ୍ତି। ଏହାସହ ଲେଫ୍ଟନାଣ୍ଟ ମହମ୍ମଦ ଅମାନୁଲ୍ଲାହଙ୍କ ପିତା ମଧ୍ୟ ଜଣେ ବାୟୁସେନା ଅଧିକାରୀ ଥିବାବେଳେ ସେ ସେନାରେ ଯୋଗ ଦେଇଛନ୍ତି। ଗୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଡୋଶୀ ଦେଶର ପ୍ରାୟ 117ଜଣ କ୍ୟାଡେଟ୍ ଯୋଗ ଦେଇଥିବା ଦେଖିବାକୁ ମିଳିଛି। 

ABOUT THE AUTHOR

...view details