Exclusive Interview: ଗରିମା ଲୋହିୟା ୨ୟ ଟପ୍ପର, କହିଲେ ମା'ଙ୍କ ସ୍ବପ୍ନ ହେଲା ପୂରଣ
ପାଟନା:ୟୁପିଏସି ସିଭିଲ ସର୍ଭିସ ୨୦୨୨ ପରୀକ୍ଷାରେ ବିହାରର ଗରିମା ଲୋହିୟା ୨ୟ ଟପ୍ପର ହୋଇଛନ୍ତି । ଏହି ସଫଳତା ହାସଲ କରିବା ପରେ ସେ ଇଟିଭି ଭାରତକୁ ଦେଇଛନ୍ତି ପ୍ରତିକ୍ରିୟା । ସେ ଘରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆମ ସହିତ ନିଜ ସଂଘର୍ଷର କାହାଣୀ ସମ୍ପର୍କରେ ଆଲୋଚନା କରିଛନ୍ତି । ବିହାର ବକ୍ସର ଅଧିବାସୀ ଗରିମାଙ୍କୁ ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେ ନିଜ ସଫଳତାର ଶ୍ରେୟ ନିଜ ମାଆଙ୍କୁ ଦେଇଛନ୍ତି । ଏହି ସଫଳତା ହାସଲ କରିବା ତାଙ୍କ ମାଆଙ୍କ ସ୍ବପ୍ନ ଥିଲା ବୋଲି ସେ କହିଛନ୍ତି । ସେ ରାତି ୯ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ପାଠ ପଢୁଥିଲେ ବୋଲି କହିଛନ୍ତି । ଏହି ସମୟ ବେଶ ଶାନ୍ତ ଥିବାରୁ ସେ ଧ୍ୟାନର ସହିତ ପାଠ ପଢୁଥିଲେ । ସାମାଜିକ ଗଣମାଧ୍ୟମ ତାଙ୍କ ପାଠପଢାର ମୁଖ୍ୟ ମାଧ୍ୟମ ସାଜିଥିଲା ବୋଲି ସେ କହିଛନ୍ତି । ସେ ଦିଲ୍ଲୀରେ ଗ୍ରାଜୁଏସନ କରୁଥିବା ବେଳେ କୋରୋନା ସମୟରେ ଘରକୁ ଫେରିଥିଲେ । ଏହାପରେ ସେ ନିଜ ମାଆଙ୍କ ସ୍ବପ୍ନ ପୂରଣ କରିବାରେ ଲାଗିଥିଲେ । ଆଉ ତାଙ୍କ କଠିନ ପରିଶ୍ରମର ଫଳ ଆଜି ତାଙ୍କୁ ମିଳିଛି । ଗରିମା ଦ୍ବିତୀୟ ହୋଇଥିବା ବେଳେ ପ୍ରଥମରେ ରହିଛନ୍ତି ଉତ୍ତରପ୍ରଦେଶର ଈଶିତା କିଶୋର ।