ଓଡିଶା

odisha

ଗରବା ନୃତ୍ୟରେ ଝୁମିଲେ ରାଜଧାନୀବାସୀ

ETV Bharat / videos

ଗରବା ନୃତ୍ୟରେ ଝୁମିଲେ ରାଜଧାନୀବାସୀ - ସେବା ପ୍ରୟାସ ଫାଉଣ୍ଡେସନ

By ETV Bharat Odisha Team

Published : Oct 24, 2023, 11:34 AM IST

ଭୁବନେଶ୍ବର:ଶାରଦୀୟ ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର । ସୁଉଚ୍ଚ ତୋରଣ, ଆକର୍ଷଣୀୟ ମୂର୍ଣ୍ଣୟୀ ମୂର୍ତ୍ତି ସହ ବିଭିନ୍ନ ସ୍ଥାନରେ ଗରବା ନୃତ୍ୟକୁ ମନଭରି ଉପଭୋଗ କରୁଛନ୍ତି ରାଜଧାନୀ ବାସିନ୍ଦା । 

ଏହାମଧ୍ୟ ପଢନ୍ତୁ..କଟକରେ ପ୍ରଥମେ କେଉଁଠି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଇଥିଲା ?

ଅନ୍ୟପଟେ ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ଆୟୋଜନ କରାଯାଇଛି କଳିଙ୍ଗ ଗରବା ରାସ୍ । ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଦାଣ୍ଡିଆ ରାସ୍ ଆଜି ଶେଷ ହେବ । ଏହି ଗରବା ରାସରେ ବହୁ ନାମୀଦାମୀ ସେଲିବ୍ରିଟି, ମଡେଲ, ରାଜନେତାଙ୍କ ସମେତ ରାଜଧାନୀବାସୀ ସାମିଲ ହୋଇ ଦାଣ୍ଡିଆ ନୃତ୍ୟ କରିଛନ୍ତି ଓଡ଼ିଆ ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରିବା ସହ ଖୁସି ମନାଉଛନ୍ତି ଲୋକେ । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଯେତିକି ଅର୍ଥ ରୋଜଗାର ହେବ ସେ ସବୁ ଅର୍ଥ ଫାଉଣ୍ଡେସନ ପକ୍ଷରୁ ଗରୀବ ପିଲାମାନଙ୍କର ଶିକ୍ଷା, ମାନସିକ ବିକାରଗସ୍ତ ଏବଂ ଅଭାବୀ ପିଲାମାନଙ୍କର ଜୀବିକା ବୃଦ୍ଧି କରିବାରେ ଖର୍ଚ୍ଚ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details