ଓଡିଶା

odisha

୫୧ ଫୁଟ ଗଣେଶଙ୍କ ପାଖରେ ୫୦ କେଜିର ଲଡୁ

ETV Bharat / videos

୫୧ ଫୁଟ ଗଣେଶଙ୍କ ପାଖରେ ୫୦ କେଜିର ଲଡୁ, ସେଲ୍ଫି ଜୋନ୍‌ କହିବ ଚନ୍ଦ୍ରଯାନ-୩ର କଥା - ନୟାପଲ୍ଲୀ ଆଖଣ୍ଡଳମଣି ସେବା ସଦନ ପୂଜା ମଣ୍ଡପ

By ETV Bharat Odisha Team

Published : Sep 13, 2023, 9:35 PM IST

ଭୁବନେଶ୍ବର: ଚଳିତବର୍ଷ ନୂଆସାହି ନୟାପଲ୍ଲୀ ଆଖଣ୍ଡଳମଣି ସେବା ସଦନ ପୂଜା ମଣ୍ଡପରେ ରାଜ ଉଆସରେ ପୂଜା ପାଇବେ ଗଜାନନ । ଏଥର ଆକର୍ଷଣ ସାଜିବେ ବାଲ୍‌ ଗଣେଶ । ଏଠାରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ଇକୋ-ଫ୍ରେଣ୍ଡ୍‌ଲି ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇଛି । ୫୧ ଫୁଟ ଉଚ୍ଚର ମୂର୍ତ୍ତି ହୋଇଥିବାବେଳେ ୯ ଫୁଟର ମୁକୁଟ ଏଥରର ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବ । ୫୧ ଫୁଟ ଗଣେଶଙ୍କ ପାଖରେ ଶୋଭାପାଇବ ୫୦ କେଜିର ଲଡୁ । ୬୫ ଫୁଟର ରାଜପ୍ରାସାଦରେ ଅଗ୍ରପୂଜ୍ୟ ଅଧିଷ୍ଠାନ କରିବାସହ ୫୧ ଫୁଟର ଲାଇଟ ତୋରଣ ଲୋକଙ୍କୁ ଆକର୍ଷିତ କରିବ ।

ଏହା ମଧ୍ୟ ପଢ଼ନ୍ତୁ...ପୂଜା ପାଇବନି ପ୍ଲାଷ୍ଟର ଅଫ ପ୍ୟାରିସ ଗଣେଷ ମୂର୍ତ୍ତି, କଟକଣା ଲଗାଇଲା ପ୍ରଶାସନ

ଏଥର ପୂରା ପରିବେଶକୁ ଉତ୍ସବର ମାହୋଲରେ ରଙ୍ଗୀନ କରିବା ପାଇଁ ନୂଆସାହିକୁ ସମ୍ପୂର୍ଣ୍ଣ ଆଲୋକରେ ସଜାଯିବ । ପାୱାରହାଉସ ଛକରୁ ଆରମ୍ଭ କରି ଡିଏଭି ସ୍କୁଲ ପର୍ଯ୍ୟନ୍ତ ରାସ୍ତାକୁ ମଧ୍ୟ ଆଲୋକରେ ସଜାଯିବ । ଚଳିତ ବର୍ଷ ଚନ୍ଦ୍ରଯାନ-୩ର ସଫଳ ଯାତ୍ରାକୁ ନେଇ ପୂରା ଭାରତ ଗର୍ବ କରୁଥିବାବେଳେ ପୂଜା ମଣ୍ଡପ ପକ୍ଷରୁ ଚନ୍ଦ୍ରଯାନ-୩ର ଏକ ସେଲ୍ଫି ଜୋନ କରାଯିବ । ଏଥିରେ ବିଭିନ୍ନ ଥିମ୍‌କୁ ନେଇ ଚନ୍ଦ୍ରଯାନର ଇତିହାସକୁ ଦର୍ଶାଯିବ । ଚନ୍ଦ୍ରଯାନର ସଫଳତାକୁ ନେଇ ସମ୍ପୂର୍ଣ୍ଣ ତୋରଣ ତ୍ରିରଙ୍ଗାର ତିନି ରଙ୍ଗରେ ସଜାଯିବା । ଏହି ଆକର୍ଷଣୀୟ ମୂର୍ତ୍ତି ପ୍ରସ୍ତୁତି ପାଇଁ କୋଲକାତାର କାରିଗରମାନେ ମୂର୍ତ୍ତି ପ୍ରସ୍ତୁତିରେ ଲାଗିପଡିଥିବାବେଳେ ୧୫ ଦିନ ଧରି ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ୧୦ ଦିନ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିବ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ସିସିଟିଭି କ୍ୟାମେରା ଲଗାଯିବ । ଏହାସହ ଶୃଙ୍ଖଳିତ ଦର୍ଶନ ପାଇଁ ମଣ୍ଡପ ପକ୍ଷରୁ ୨୦୦ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । ଲୋକଙ୍କ ସୁବିଧାକୁ ନଜରରେ ରଖି ଇ-ଶୌଚାଳୟର ବ୍ୟବସ୍ଥା କରାଯାଇଛି । ତେବେ କେବଳ ଦର୍ଶନ ନୁହେଁ, ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କିଣାବିକା ପାଇଁ ମୀନା ବଜାର ମଧ୍ୟ ରହିବ ବୋଲି କହିଛନ୍ତି ମଣ୍ଡପର ସଦସ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details