ଓଡିଶା

odisha

ଆଧାର କାର୍ଡ ଓ ଚନ୍ଦ୍ରାୟନ-3 ତୋରଣ

ETV Bharat / videos

ପାରାଦ୍ୱୀପରେ ଗଣେଶ ପୂଜା, ଆକର୍ଷଣ ସାଜିଛି ଆଧାର କାର୍ଡ ଓ ଚନ୍ଦ୍ରାୟନ-3 ତୋରଣ - ଚନ୍ଦ୍ରାୟନ 3 ଗଣେଶ ପୂଜା ତୋରଣ

By ETV Bharat Odisha Team

Published : Sep 23, 2023, 10:58 PM IST

ଜଗତସିଂହପୁର: ପାରାଦ୍ୱୀପରେ ଜମୁଛି ଗଣେଶ ପୂଜା। ବିଭିନ୍ନ ପୂଜା ମଣ୍ଡପରେ ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ପାରାଦ୍ୱୀପ ଏକ ପୂଜା ମଣ୍ଡପରେ ଆଧାର କାର୍ଡ ମଧ୍ୟରେ ଗଣେଶ ନିର୍ମାଣ କରାଯାଇଥିବା ବେଳେ ଅନ୍ୟ ଏକ ପୂଜା ମଣ୍ଡପରେ ଚନ୍ଦ୍ରଜାନ-୩ ମଧ୍ୟରେ ଗଣେଶଙ୍କୁ ରଖି ପୂଜାର୍ଚ୍ଚନା କରାଯାଉଛି। ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସହରର ପ୍ରାୟ ୨୦ଟି ପୂଜା ମଣ୍ଡପରେ ବିଘ୍ନ ବିନାଶକଙ୍କ ପୂଜା ଆରାଧନା କରାଯାଉଥିବା ବେଳେ ଏହି ଦୁଇଟି ପୂଜା ମଣ୍ଡପର ସାଜସଜ୍ଜା ଲୋକଙ୍କୁ ବେଶ ଆକୃଷ୍ଟ କରୁଛି। 

ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଠାରେ ଦୀର୍ଘ 5 ଦିନ ଧରି ବିଘ୍ନ ବିନାଶକ ଗଣେଶଙ୍କ ପୂଜା ଅତି ଧୁମଧାମରେ ପାଳନ କରାଯାଉଛି। ଗତ ମଙ୍ଗଳବାର ଠାରୁ ପାରାଦ୍ୱୀପରେ ପ୍ରଭୁ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହା ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ପାରାଦ୍ୱୀପରେ ନିଆରା ଗଣେଶ ମୃତ୍ତି ଦେଖିବାକୁ ମିଳିଛି। ପାରାଦ୍ୱୀପ ସ୍ଥିତ ମଧୁବନ ଅଞ୍ଚଳରେ ଆଧାର କାର୍ଡ ତୋରଣ ମଧ୍ୟରେ ଗଣେଶ ପୂଜା ପାଇଥିବା ଦେଖିବାକୁ ମିଳିଥିଲା ବେଳେ ଅନ୍ୟଏକ ପୂଜା ମଣ୍ଡପରେ ଚନ୍ଦ୍ରାଜନ ତୋରଣରେ ଗଣେଶଙ୍କ ପୂଜା କରାଯାଉଥିବା ଦେଖିବାକୁ ମିଳିଛି। ତେବେ ଏହି ନିଆରା ଢଙ୍ଗରେ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତ କରାଯାଇ ଥିବାରୁ ଏଠାରେ ସାଧାରଣ ଲୋକଙ୍କ ଭିଡ଼ ଜମୁଛି । ଶ୍ରଦ୍ଧାଳୁମାନେ ସାଜସଜ୍ଜାକୁ ନିଜ ମୋବାଇଲରେ କଏଦ କରୁଥିବା ବେଳେ ଆଉ କିଏ ପରିବାର ଲୋକଙ୍କୁ ଆଣି ପୂଜା ମଣ୍ଡପ ବୁଲାଇ ନେଉଛି। ପାରାଦ୍ୱୀପ ସହରରେ ବିଶ୍ଵକର୍ମା ପୂଜାର ମାହୋଲ ଜମୁଥିବା ବେଳେ ଗଣେଶ ପୂଜା ମଣ୍ଡପ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଉଭୟ ପୂଜାରେ ଉତ୍ସବ ମୁଖର ହୋଇ ଉଠିଛନ୍ତି  ସହରବାସୀ। ଉଜ୍ଜ୍ୱଳ ଆଲୋକ ମାଳାରେ ବିଭିନ୍ନ ପୂଜା ମଣ୍ଡପ ଝଲସି ଉଠିଛି। ସନ୍ଧ୍ୟା ହେଲେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଚଟପଟି ଖାଦ୍ୟର ପ୍ରସାର ମେଲିଛି। ଆଧାର କାର୍ଡ ଗଣେଶ ଓ ଚନ୍ଦ୍ରାୟନ-୩ ତୋରଣରେ ଗଣେଶଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି।

ଏହା ମଧ୍ୟ ପଢ଼ନ୍ତୁ...Ganesh Puja: ଗଣେଶ ପୂଜାରେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ଆଧାର କାର୍ଡ ତୋରଣ

ଇଟିଭି ଭାରତ, ଜଗତସିଂହପୁର

For All Latest Updates

ABOUT THE AUTHOR

...view details