ପଦ୍ମ ବଜାରରେ ବିରାଜିତ ପଦ୍ମାଳୟା, ପୌରାଣିକ କଥାବସ୍ତୁ ଉପରେ ଆଧାରିତ ପୂଜା ମଣ୍ଡପ - ପଦ୍ମ ବଜାରରେ ବିରାଜିତ ପଦ୍ମାଳୟା
Published : Nov 4, 2023, 1:01 PM IST
ଢେଙ୍କାନାଳ:ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା । ରାତି ହେଲେ ଚିକମିକ ଆଲୁଅରେ ଝଲସି ଉଠୁଛି ସହର । ମା’ଙ୍କୁ ଦର୍ଶନ କରିବା ପାଇଁ ଜମୁଛି ଭକ୍ତଙ୍କ ଗହଳି । ଚଳିତ ବର୍ଷ ସହରର ପଦ୍ମ ବଜାରରେ ସାଜସଜ୍ଜା ସାଙ୍ଗଙ୍କୁ ମା’ଙ୍କ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି । ଯାହାକୁ ଶ୍ରଦ୍ଧାଳୁ ମାନେ ବେଶ ପସନ୍ଦ କରୁଛନ୍ତି । ପଦ୍ମ ବଜାରରେ ଶୋଭା ପାଉଛନ୍ତି ମା’ ପଦ୍ମାଳୟା । ପଦ୍ମ ଫୁଲ ଉପରେ ବିରାଜିଛନ୍ତି ଧନଲକ୍ଷ୍ମୀ । ପଦ୍ମବଜାର ପୂଜାମଣ୍ଡପରେ ପୌରାଣିକ କଥାବସ୍ତୁ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଶ୍ରୀୟା ଚଣ୍ଡାଳୁଣୀ କିପରି ମା’ଙ୍କୁ ପୂଜା ଅର୍ଚ୍ଚନା କରୁଥିଲା ତାହା ଏଠାରେ ପ୍ରତିପାଦିତ କରାଯାଇଛି । ଶ୍ରୀୟା ଚଣ୍ଡାଳୁଣୀ ଘରେ ମା’ ଲକ୍ଷ୍ମୀ ବିରାଜିତ କରୁଛନ୍ତି । ଏହି ଦୃଶ୍ୟକୁ ବଡଭାଇ ବଳରାମ ଜଗନ୍ନାଥଙ୍କୁ ଦେଖାଉଛନ୍ତି । ଚଣ୍ଡାଳ ସାହିରେ କିପରି ଲକ୍ଷ୍ମୀ ପ୍ରବେଶ କରିଛନ୍ତି । ତାହା ଦେଖିବାକୁ ମିଳିଛି। ପୂଜାମଣ୍ଡପ କର୍ମକର୍ତ୍ତାଙ୍କ କହିବା ଅନୁସାରେ, ଏହି ପୌରାଣିକ କଥାବସ୍ତୁ କରିବାର ଉଦେଶ୍ୟ ହେଉଛି ଯେ, ଜାତି ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ,ମା’ଙ୍କ ପାଖରେ ଜାତି ବର୍ଣ୍ଣ କିଛି ନାହିଁ । ଆମେ ସମସ୍ତେ ମିଶି ପୂଜା ଆରାଧନା କରିପାରିବା । ଛୁଆ ଅଛୁଆଁ ଭେଦଭାବ ମା’ଙ୍କ ପାଖରେ ଭୁଲି ସମସ୍ତେ ମା’ଙ୍କ ଆରାଧନା କରିବା । ପଦ୍ମ ବଜାର 1956 ମସିହାରୁ ମା’ଙ୍କ ପୂଜା ଅର୍ଚ୍ଚନା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ- ମା' ଲକ୍ଷ୍ମୀ ପୂଜାଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
ଇଟିଭି ଭାରତ, ଢେଙ୍କାନାଳ