ବଲାଙ୍ଗୀର ଜିଲ୍ଲାପାଳଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ, ଲୋକଙ୍କୁ ସଚେତନ କରାଇଲେ ଚଞ୍ଚଳ ରାଣା - ସାଇବର ଠକଙ୍କ ଟାର୍ଗେଟରେ ବଲାଙ୍ଗୀର ଜିଲ୍ଲାପାଳ
ବଲାଙ୍ଗୀର:ସାଇବର ଠକଙ୍କ ଟାର୍ଗେଟରେ ବଲାଙ୍ଗୀର ଜିଲ୍ଲାପାଳ । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ ଖୋଲାଯାଇଛି । ଲୋକଙ୍କୁ ସେହି ଏକାଉଣ୍ଟରୁ ନିବେଦନ ପଠାଯାଉଛି । ପ୍ରୋଫାଇଲରେ ତାଙ୍କ ଫଟୋ ରହିଛି । ଏନେଇ ବଲାଙ୍ଗୀର ଜିଲ୍ଲାପାଳ ଅବଗତ କରାଇଛନ୍ତି । କେହି ଜଣେ ଦୁର୍ବୃତ୍ତ ଜିଲ୍ଲାପାଳଙ୍କ ନାମରେ ଫେକ ଆକାଉଣ୍ଟ ଖୋଲି ସଭିଙ୍କ ନିକଟକୁ ଫ୍ରେଣ୍ଡ ରିକୱେଷ୍ଟ ପଠାଉଛି |
ଏ ବାବଦରେ ଜିଲ୍ଲାପାଳ ଅବଗତ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ଆଉ ନିଜ ଫେସବୁକ ଆକାଉଣ୍ଟ ଯୋଗେ ଜନସାଧାରଣଙ୍କୁ ସଚେତନ କରିଛନ୍ତି । ନିଜ ବାର୍ତ୍ତାରେ ଜିଲ୍ଲାପାଳ କହିଛନ୍ତି ଯେ, କେହି ଜଣେ ତାଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ ଖୋଲିଛି । ଆଉ ତାଙ୍କ ପ୍ରୋଫାଇଲ ଫଟୋ ଓ କଭର ଫଟୋ ଚୋରି କରି ସେହି ଆକାଉଣ୍ଟରେ ରଖିଛି । ତେଣୁ ଏଭଳି ଫ୍ରେଣ୍ଡ ରିକୱେଷ୍ଟକୁ ଗ୍ରହଣ ନକରିବାକୁ ସେ ଉଲ୍ଲେଖ କରିଛନ୍ତି । ଏଥିସହ ଜିଲ୍ଲାପାଳ ଉକ୍ତ ଆକାଉଣ୍ଟର ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି । ସେପଟେ ଏହାକୁ ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନାହିଁ ।
ଇଟିଭି ଭାରତ, ବଲାଙ୍ଗୀର