ଓଡିଶା

odisha

ETV Bharat / videos

Hockey World Cup: ପିଲାଦିନର କ୍ରସକୁ ଚିଅର୍ ଅପ କରିବାକୁ ଆସିଛନ୍ତି ଯୁବତୀ

By

Published : Jan 14, 2023, 10:32 PM IST

Updated : Feb 3, 2023, 8:38 PM IST

ଭୁବନେଶ୍ବର: ଶନିବାର ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ଵକପର ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍‌ରେ ବେଲଜିୟମ ସହିତ କୋରିଆ ମ୍ୟାଚ ଥିବାବେଳେ ଦିତୀୟ ମ୍ୟଚରେ ପରସ୍ପରକୁ ଭେଟିଥିଲେ ଜର୍ମାନୀ ଓ ଜାପାନ । ଖେଳ ଦେଖିବାକୁ ଦେଶ ବିଦେଶରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସିଥିଲେ । ତେବେ ଷ୍ଟାଡିୟମରେ ଆଜି ଚର୍ଚ୍ଚାରେ ଥିଲେ ଫ୍ରାନ୍ସର ଜଣେ ଯୁବତୀ । ଯାହାଙ୍କ ଘର ହେଉଛି ଜର୍ମାନୀ, ହେଲେ ସେ ରୁହନ୍ତି ଫ୍ରାନ୍ସରେ । ତାଙ୍କ ସହ ଆଲୋଚନା ମଧ୍ୟରେ ଯୁବତୀ ଜଣକ କହିଛନ୍ତି ଜର୍ମାନୀ ଟିମ୍‌ରେ ତାଙ୍କର ପିଲା ଦିନର କ୍ରସ ଖେଳୁଛନ୍ତି । ତାଙ୍କୁ ଚିଅର ଅପ କରିବା ପାଇଁ ସେ ଫ୍ରାନ୍ସରୁ ଆସିଛନ୍ତି । ତେବେ ଏତେ ଭିଡ଼ ମଧ୍ୟରେ ତାଙ୍କ କ୍ରସ ତାଙ୍କୁ ଚିହ୍ନିପାରିବେ ବୋଲି କହିଛନ୍ତି ଫ୍ରାନ୍ସ ଯୁବତୀ । ସେପଟେ ମ୍ୟାଚ୍‌କୁ ନେଇ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବାବେଳେ ଆଜି ମ୍ୟାଚ ଦେଖିବାକୁ ପ୍ରବଳ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଇଟିଭି ଭାରତ, ଭୁବନେଶ୍ୱର 

Last Updated : Feb 3, 2023, 8:38 PM IST

ABOUT THE AUTHOR

...view details