ଓଡିଶା

odisha

By

Published : Nov 4, 2022, 10:38 PM IST

Updated : Feb 3, 2023, 8:31 PM IST

ETV Bharat / videos

ବାଙ୍କୀ ଗୟଲବାଙ୍କରୁ ବିରାଟକାୟ ଅଜଗର ଉଦ୍ଧାର

ଭୁବନେଶ୍ବର/କଟକ: ବାଙ୍କୀ ଗୟଲବାଙ୍କ ଯାରିଆ ଶବର ସାହି ଗ୍ରାମରୁ ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି । ଅଜଗରକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ । ଅଜଗରଟିର ଲମ୍ବ ୧୪ ଫୁଟ ହୋଇଥିବା ସୂଚନା ମିଳିଛି । ଏକ ବଡ଼ ଅଜଗରକୁ ସ୍ଥାନୀୟ ଲୋକ ଦେଖି ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା, ସଦସ୍ୟ ଅମିତ ସାହୁ ଓ ଦୁର୍ଗାମାଧବ ମହାପାତ୍ର ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ଏହା ପରେ ବନ କର୍ମଚାରୀଙ୍କ ଉପସ୍ଥିତରେ ନିକଟସ୍ଥ ଚନ୍ଦକା ଡମପଡା ଅଭୟାରଣ୍ୟରେ ସାପଟିକୁ ଛାଡି ଦିଆଯାଇଛି । କିଛିଦିନ ପୂର୍ବେ ଏହି ସ୍ଥାନ ପାଖରେ ଜଣେ ବୃଦ୍ଧଙ୍କୁ ଅଜଗର ଗିଳି ଦେବାର ଗୁଜବ ହୋଇଥିଲା । ବୃଦ୍ଧି ଆଜି ପର୍ଯ୍ୟନ୍ତ ମଧ୍ୟ ନିଖୋଜ ଅଛନ୍ତି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details