ଓଡିଶା

odisha

ରାଜସ୍ଥାନ ରେଜଲ୍ଟ ଆସିବା ପୂର୍ବରୁ ବାଲାଜୀ ମନ୍ଦିରରେ ବସୁନ୍ଧରା ରାଜେ, ବିଜେପିର ବିଜୟ କାମନା କରି କଲେ ପୂଜାର୍ଚ୍ଚନା

By ETV Bharat Odisha Team

Published : Dec 2, 2023, 12:42 PM IST

ETV Bharat / videos

ରାଜସ୍ଥାନ ରେଜଲ୍ଟ ଆସିବା ପୂର୍ବରୁ ବାଲାଜୀ ମନ୍ଦିରରେ ବସୁନ୍ଧରା ରାଜେ, ବିଜେପିର ବିଜୟ କାମନା କରି କଲେ ପୂଜାର୍ଚ୍ଚନା

ଦୌସା( ରାଜସ୍ଥାନ) :ଆସନ୍ତାକାଲି(ରବିବାର) ପ୍ରକାଶ ପାଇବ ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ। ନିର୍ବାଚନରେ କେଉଁ ଦଳର ହେବ ଜିତାପଟ, ତାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ, ବିଜେପିର ବିଜୟ କାମନା କରି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। ବସୁନ୍ଧରା ଆଜି(ଶନିବାର) ରାଜସ୍ଥାନ ଦୌସା ଅନ୍ତର୍ଗତ ମେହେନ୍ଦିପୁରରେ ବାଲାଜୀ ମନ୍ଦିରରେ, ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ସକାଳୁ ସକାଳୁ ସମର୍ଥକମାନଙ୍କ ସହ ବାଲାଜୀ ମନ୍ଦିରରେ ପହଞ୍ଚିଥିଲେ ବସୁନ୍ଧରା। ପରେ ସେ ବାଲାଜୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ, ଚଳିତ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ଆଶାରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ବିଜେପି ନେତ୍ରୀ ବସୁନ୍ଧରା ରାଜେ ରାଜସ୍ଥାନରେ ଦୁଇଥର ମୁଖ୍ଯମନ୍ତ୍ରୀ ରହି ସାରିିଛନ୍ତି। ସେ 2003ରୁ 2008 ଏବଂ 2013ରୁ 2018 ମଧ୍ୟରେ ବିଜେପି ସରକାରର ନେତୃତ୍ବ ନେଇଥିଲେ । 2023 ନିର୍ବାଚନରେ ସେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପଦ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details