ଓଡିଶା

odisha

ETV Bharat / videos

Hockey World Cup 2023: ଭାରତକୁ ହାଫ ଚାନ୍ସକୁ ଗୋଲରେ ପରିଣତ କରିବାକୁ ପଡିବ କହିଲେ ଲାଜରୁସ ବାର୍ଲା - ପୂର୍ବତନ ଅଲମ୍ପିଆନ ଲାଜରୁସ ବାର୍ଲା

By

Published : Jan 16, 2023, 6:08 PM IST

Updated : Feb 3, 2023, 8:39 PM IST

ରାଉରକେଲା: ରାଜ୍ୟରେ ଜାରି ରହିଥିବା ହକି ବିଶ୍ବକପ ୨୦୨୩ରେ ସମସ୍ତଙ୍କ ଇଛା ଭାରତ ଜିତୁ ଫାଇନାଲ । କିନ୍ତୁ ଏହି ବିଶ୍ବକପ ଯାତ୍ରାରେ ଆସିଛି କିଛି ରୋମାଞ୍ଚ । ଯାହା ଲୋକଙ୍କ ମନରେ ଭରି ଦେଇଛି ଉଦ୍ଦୀପନା । ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଏବେ ଏକ ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି । କେଉଁ ପୁଲରୁ କେଉଁ ଦଳ କ୍ବାର୍ଟର ଫାଇନାଲ ପାଇଁ ଉତ୍ତୀର୍ଣ୍ଣ ହେବ ସେନେଇ ଲାଗି ରହିଛି ଦ୍ଵନ୍ଦ୍ବ । ସମସ୍ତ ଦଳ ତିଆରି କରିବାରେ ଲାଗିଛନ୍ତି ସମୀକରଣ ।  

ଗତକାଲି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ସହ ଭାରତର ହାଇ ଭୋଲ୍‌ଟେଜ ମ୍ୟାଚରେ ଦୁଇ ଦଳ ସଂଘର୍ଷ ସତ୍ତ୍ବେ ମ୍ୟାଚର ରେଜଲ୍ଟ ଅମୀମାଂସିତ ରହିଥିଲା । ଦୁଇ ଦଳ ସଂଘର୍ଷ କରି ପରସ୍ପରକୁ ଆଟାକ କରିଥିଲେ ଏବଂ ଦୁଇ ଦଳଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ଭାରତ ମ୍ୟାଚକୁ ଡ୍ର କରିଥିଲେ ସୁଦ୍ଧା ଲୋକଙ୍କ ମନରେ ଦୁଃଖ ନାହିଁ । କିନ୍ତୁ ଭାରତ ଜିତିଥିଲେ ଖୁସି ଦୁଇଗୁଣା ହୋଇଥାନ୍ତା ବୋଲି ମତ ରଖିଛନ୍ତି ଭାରତୀୟ ପ୍ରଶଂସକ । ତେବେ ଗତକାଲି ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ କେଉଁଠାରେ ଭୁଲ କଲେ କେଉଁ କାରଣ ଯୋଗୁ ଭାରତ ସ୍କୋର କରି ପାରିନଥିଲା  ଏହାସହ ଅନ୍ୟାନ୍ୟ ବିଷୟରେ ଆମେ ଆଲୋଚନା କରିଥିଲୁ ପୂର୍ବତନ ଅଲମ୍ପିଆନ ଲାଜରୁସ ବାର୍ଲାଙ୍କ ସହ । ଲାଜରୁସ ବାର୍ଲା ନିଜ କ୍ୟାରିୟରରେ ବହୁ ପ୍ରତିଭା ଦେଖାଇଛନ୍ତି ।  

ଆମ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଲାଜରୁସ କହିଛନ୍ତି, "ଉଭୟ ଭାରତୀୟ ଏବଂ ଇଂଲଣ୍ଡ ହକି ଦଳ ଭଲ ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳିଥିଲେ । କିନ୍ତୁ ଦୁଇ ଦଳର ଖେଳାଳି ବହୁତ ଭୁଲ ମଧ୍ୟ କରିଥିଲେ । ଯଦି ଦୁଇ ଟିମ ମଧ୍ୟରୁ କୌଣସି ଗୋଟିଏ ଦଳ ଗୋଲ୍‌ ମାରିଥାନ୍ତେ ଏବଂ ମୌକାର ଲାଭ ଉଠାଇ ପାରିଥାନ୍ତେ, ତେବେ ଏହି ମ୍ୟାଚର ରେଜଲ୍ଟ କିଛି ଭିନ୍ନ ହୋଇଥାନ୍ତା । ଇଂଲଣ୍ଡ ଏବଂ ଭାରତ ମୌକାକୁ ଚୌକାରେ ପରିଣତ କରିପାରିଲେ ନାହିଁ । ତେଣୁ ଆମକୁ କିଭଳି ହାଫ୍‌ ଚାନ୍ସକୁ ଗୋଲରେ ପରିଣତ କରିହେବ ତାହା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଇଂଲଣ୍ଡ ଦଳକୁ ୭ଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲା । କିନ୍ତୁ ଗୋଟିଏ ମଧ୍ୟ ଗୋଲ କରି ପାରିନଥିଲା ଇଂଲଣ୍ଡ । ଅନ୍ୟ ପକ୍ଷରେ ଭାରତକୁ ମଧ୍ୟ ୫ଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲା । ସେଥିରୁ ମଧ୍ୟ କୌଣସି ଗୋଲ କରିପାରି ନଥିଲା ଭାରତୀୟ ଦଳ ।"

ତେବେ ଗୋଟିଏ କଥା ଭାରତୀୟ ହକି ଦଳକୁ ଇଂଲଣ୍ଡ ୭ଟି ପେନାଲ୍‌ଟି ଆଟାକ କରିଛି । କିନ୍ତୁ ଏହି ପେନାଲ୍‌ଟିକୁ ଆମ ଗୋଲ କିପର ପାଖକୁ ପହଞ୍ଚିବାକୁ ଦେଇ ନାହାନ୍ତି ଫାଷ୍ଟ ରନର । ତେବେ ଆସନ୍ତା ୧୯ ତାରିଖରେ ୱେଲ୍ସ ବିପକ୍ଷ ମ୍ୟାଚ୍‌ ଜିତିବାକୁ ହେଲେ, ପେନାଲ୍‌ଟିକୁ ଗୋଲରେ ପରିଣତ କରିବାକୁ ପଡିବ । ଭଲ ଗୋଲ୍‌ ବ୍ୟବଧାନରେ ଜିତିବାକୁ ପଡିବ । ତାହେଲେ ଯାଇ ଭାରତୀୟ ଦଳ ମ୍ୟାଚ ଜିତି କ୍ବାଲିଫାଇ କରିବାର ସୁଯୋଗ ବଢିବ ବୋଲି କହିଛନ୍ତି ପୂର୍ବତନ ଅଲମ୍ପିଆନ ଲାଜରୁସ ବାର୍ଲା । ସମସ୍ତ ଭାରତବାସୀଙ୍କର ଗୋଟିଏ ଆଶା ଯେ ଭାରତୀୟ ହକି ଦଳ ବିଶ୍ବକପ ଜିତୁ । ତେବେ ବର୍ତ୍ତମାନ ଭାରତୀୟ ହକି ଦଳ ନିଜର ଭୁଲକୁ ସୁଧାରି ୱେଲ୍ସକୁ ଭଲ ବ୍ୟବଧାନରେ ହରାଇ ପାରୁଛି ନା ନାହିଁ, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାଉରକେଲା

Last Updated : Feb 3, 2023, 8:39 PM IST

ABOUT THE AUTHOR

...view details