ଓଡିଶା

odisha

Former CM BS Yeddyurappa turned 80

ETV Bharat / videos

BS Yeddyurappa Turned 80: 80KG ବିଶାଳ କେକ୍ କାଟି ଜନ୍ମଦିନ ପାଳିଲେ ୟେଦୁରପ୍ପା

By

Published : Feb 27, 2023, 10:51 PM IST

ବେଙ୍ଗାଲୁରୁ: ୮୦ ବର୍ଷରେ ପାଦ ଥାପିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା । ଏହି ଅବସରରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ଶୁ୍‌ଅ ଛୁଟିଛି  ।  ବି.ଏସ ୟେଦୁରପ୍ପାଙ୍କ ପାର୍ଟି କର୍ମୀ ଓ ଅନୁଗାମୀମାନେ ତାଙ୍କ ଜନ୍ମଦିନକୁ ଭବ୍ୟ ଭାବରେ ପାଳନ କରିଛନ୍ତି  । ଏହି କ୍ରମରେ ତାଙ୍କ ବାସଗୃହ କର୍ଣ୍ଣାଟକର ଶିବମୋଗା ନିକଟସ୍ଥ ବିନୋଭାନଗରରେ ୮୦ କିଲୋର ବିଶାଳ କେକ କାଟି ଜନ୍ମଦିନ ପାଳନ କରିଛନ୍ତି  ।  

ଏହା ମଧ୍ୟ ପଢ଼ନ୍ତୁ: ଶିବମୋଗାରୁ ଉଡିବ ବିମାନ, ପ୍ରଗତି ପଥରେ ଦୌଡୁଛି କର୍ଣ୍ଣାଟକ କହିଲେ ପ୍ରଧାନମନ୍ତ୍ରୀ

ବି. ଏସ ୟେଦୁରପ୍ପାଙ୍କ ୮୦ତମ ଜନ୍ମଦିନ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଗୃହମନ୍ତ୍ରୀ ଅରାଗା ଜ୍ନାନେନ୍ଦ୍ରା, ସାଂସଦ ବି.ୟାଏ ରାଘବେନ୍ଦ୍ର, ରାଜ୍ୟ ବିଜେପି ଉପସଭାପତି ବି. ବିଜୟେନ୍ଦ୍ରଙ୍କ ସମେତ ବହୁ ନେତାକର୍ମୀ ସାମିଲ ହୋଇଥିଲେ  । ବିଭିନ୍ନ ସଂଗଠନର ନେତାଙ୍କ ସମେତ ପାର୍ଟି କର୍ମୀମାନେ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ  । ସକାଳୁ ୟେଦୁରପ୍ପାଙ୍କୁ ଭେଟି ଅନେକ ରାଜନେତାମାନେ ଜନ୍ମଦିନର  ଶୁଭେଚ୍ଛା ଜଣାଇଥିଲେ  । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ସୋମବାର ଶିବମୋଗା ବିମାନବନ୍ଦରର ଉଦଘାଟନ କରିଛନ୍ତି  । 

ଏହା ମଧ୍ୟ ପଢ଼ନ୍ତୁ: ସର୍ପାଘାତରେ ମୃତ୍ୟୁ ପରେ ନଦୀରେ ଭସାଇ ଦେଇଥିଲା ପରିବାର ! 15ବର୍ଷ ପରେ ଫେରିଲେ ଯୁବକ

ଏହି ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ପିଏମ୍ କିଷାନ ଯୋଜନା ଅଧୀନରେ କିସ୍ତି ରାଶି ଓ ଏକାଧିକ ବିକାଶମୂଳକ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ବିଏସ ୟେଦୁରପ୍ପା କହିଛନ୍ତି, "ଆଜି (ସୋମବାର) ମୋ ଜୀବନର ଅବିସ୍ମରଣୀୟ ଦିନ  । ପ୍ରଧାନମନ୍ତ୍ରୀ ମୋଦି ମୋ ଜନ୍ମଦିନରେ ଶିବମୋଗା ବିମାନବନ୍ଦର ଉଦଘାଟନ କରିଛନ୍ତି  । ଏହା ମୋ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତ  । ଆଜି ଭଳି ଦିନରେ  ବିମାନବନ୍ଦର ଉଦଘାଟନ ହେବା ମୋ ପାଇଁ ଖୁସିର ବିଷୟ ।" 

ଏହା ମଧ୍ୟ ପଢ଼ନ୍ତୁ:Umesh Pal Murder: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲରେ ମାଫିଆ ଅତିକ ଅହମ୍ମଦର ପତ୍ନୀଙ୍କ ଗୁହାରୀ, କରାଯାଉ CBI ତଦନ୍ତ

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ସବୁବେଳେ ଚର୍ଚ୍ଚାରେ ରୁହନ୍ତି  । ଗତବର୍ଷ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ନେଇ ଚର୍ଚ୍ଚାରେ ରହିଥିଲେ  । ସେ ଫିଲ୍ମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ଜଣାପଡ଼ିଛି । ୟେଦୁରପ୍ପା ଯେଉଁ ଫିଲ୍ମରେ ଅଭିନୟ କରିଛନ୍ତି ଏହାର ନାମ ତୁନଜା(Tanuja) ରଖାଯାଇଛି । ଏହି ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ହରିଶ ଏମଡ଼ି ହଲ୍ଲୀ ।

ABOUT THE AUTHOR

...view details