ଓଡିଶା

odisha

ବାଲେଶ୍ବର ବେଳାଭୂମିରେ ଅଲିଭ ରିଡଲେ

ETV Bharat / videos

ବାଲେଶ୍ବର ବେଳାଭୂମିରେ ଅଲିଭ ରିଡଲେ, ସୁରକ୍ଷା ପାଇଁ ତତ୍ପର ବନ ବିଭାଗ - ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ତତ୍ପର ବନ ବିଭାଗ

By ETV Bharat Odisha Team

Published : Dec 3, 2023, 7:59 AM IST

ବାଲେଶ୍ବର:ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅଲିଭ ରିଡ଼ଲେଙ୍କ ଆଗମନ ଆରମ୍ଭ ହୋଇଗଲାଣି । ଏ ବର୍ଷ ସମୟ ପୂର୍ବରୁ ଅଲିଭ ରିଡ଼ଲେ ସମୁଦ୍ରକୂଳରେ ପହଁଚିଥିବା ଦେଖିବାକୁ ମିଳିଛି । ତେଣୁ ଏମାନଙ୍କ ସୁରକ୍ଷା ପଦକ୍ଷେପ ପାଇଁ ବାଲେଶ୍ଵର କୋଷ୍ଟର ୮୮ କିମି ଅଞ୍ଚଳରେ ୭ଟି ଅସ୍ଥାୟୀ କ୍ୟାମ୍ପ କରାଯାଇଛି । ଯେଉଁଠି ଅଲିଭ୍ ରିଡଲେର ଓ୍ବାଚର୍ ନିଯୁକ୍ତ ରହିଛନ୍ତି । ଏଥିସହିତ ଫରେଷ୍ଟ ଗାର୍ଡମାନଙ୍କୁ ପ୍ରତି କ୍ୟାମ୍ପର ଦାୟିତ୍ଵ ଦିଆଯାଇଛି । ନିୟମିତ ମନିଟରିଂ ସହ ଲୋକମାନଙ୍କୁ ସଚେତନ କରିବା ପାଇଁ ବୈଠକ, ବେଳାଭୂମି ସଫେଇ ଆଦି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିପାଇଁ ରେଞ୍ଜ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ କରାଯାଇଛି । ଡିଭିଜନ୍ ସ୍ତରୀୟ ଇନିସପେକସନ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯେଉଁଥିରେ ବନ ବିଭାଗର ବିଭିନ୍ନ ବିଭାଗ କର୍ମଚାରୀ ପ୍ରମୁଖ ସମସ୍ତଙ୍କ ସମନ୍ୱୟରେ କେମିତି କଇଁଛକୁ ସୁରକ୍ଷା ଦିଆଯାଇପାରିବ ଏବଂ ସମସ୍ତଙ୍କୁ ସଚେତନ କରାଯିବ ଏହା ସଭାରେ ଆଲୋଚନା କରାଯାଇଥିଲା । ଗତ ବର୍ଷ ୧୯ଟି କଇଁଛ ଆସି ବାଲେଶ୍ଵରେ ଅଣ୍ଡା ଦେଇଥିବା ବେଳେ ଏ ବର୍ଷ ନଭେମ୍ବର ମାସରେ ଗୋଟେ କଇଁଛ ଆସି ଅଣ୍ଡାଦାନ କରିସାରିଛି। ଏବେ ଆଗମନର ସମୟ ଆସିଗଲାଣି। ଏବେ ନୂତନ ଭାବେ ବାଲେଶ୍ଵର କୋଷ୍ଟରେ ଅଲିଭ୍ ରିଡଲେ ଗଣନା ମଧ୍ୟ କରାଯିବ। ତେଣୁ ଏବେଠୁ ସଚେତନତା କାର୍ଯ୍ୟକ୍ରମ, ବେଳାଭୂମି ସଫେଇ ଏବଂ ରେଞ୍ଜ୍ ସ୍ତରୀୟ କାର୍ଯ୍ୟକ୍ରମ କରାଯାଉଛି ବୋଲି ସହକାରୀ ବନ ସଂରକ୍ଷକ ଦିଗନ୍ତ ଶୋଭନ ଚାନ୍ଦ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ- ବାଲେଶ୍ଵର ବେଳାଭୂମିରେ ନୂଆ ଅତିଥି, ଅଲିଭ ରିଡଲେଙ୍କ ଅଣ୍ଡାଦାନ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details