ଓଡିଶା

odisha

crocodile in Kendrapara

ETV Bharat / videos

Watch: ଜାଲରେ ଧରାପଡିଲା ମଣିଷଖିଆ କୁମ୍ଭୀର - କେନ୍ଦ୍ରାପଡାରେ ନରହନ୍ତା କୁମ୍ଭୀର

By

Published : Jul 20, 2023, 8:42 AM IST

କେନ୍ଦ୍ରାପଡା:ପ୍ରାୟ ଏକ ମାସ ପରେ ବନବିଭାଗ ହାତରେ ଧରା ପଡ଼ିଲା ମଣିଷଖିଆ ବଉଳା କୁମ୍ଭୀର । ରାଜନଗର ବ୍ଲକ୍ ଚରଡିଆ ନାଳ ମଧ୍ୟରୁ କୁମ୍ଭୀରକୁ ଧରିଲା ବନ ବିଭାଗ । କୁମ୍ଭୀରକୁ କାବୁ କରି ଜାତୀୟ ଉଦ୍ୟାନ ଭିତରେ ଥିବା ବାଉଁଶଗଡ ନଦୀରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି । ଗତ ଜୁନ ୨୧ ତାରିଖରେ ଚାନ୍ଦିବାଉସମୂଳ ପଞ୍ଚାୟତର ହାତିଆଗଡିରେ ବାଡ଼ି ପଛ ପଟ ପୋଖରୀରେ ବାସନ ମାଜୁଥିବା ବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା କୁମ୍ଭୀର । ଫଳରେ ୪୦ ବର୍ଷୀୟା ସୀତା ଦାସଙ୍କ ମୃତ୍ୟୁ ହୋଇଥିଲା । ତେବେ ସେହିଦିନ ଠାରୁ କୁମ୍ଭୀରକୁ କାବୁ କରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଥିଲା । ଏଥିରେ ରାଜନଗର ଓ କନିକା ରେଞ୍ଜର ରେଞ୍ଜରଙ୍କ ସମେତ ଦୁଇ ଟିମ୍‌ର ୪୫ଜଣ କର୍ମଚାରୀ ସାମିଲ ହୋଇଥିଲେ । ଲଗାତାର ଏକ ମାସ ଧରି ପ୍ରୟାସ ପରେ ଗତକାଲି କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଛନ୍ତି ବନ କର୍ମଚାରୀ । ୧୭ ଫୁଟରୁ ଊର୍ଦ୍ଧ୍ବ ଲମ୍ବର କୁମ୍ଭୀରକୁ ବନ ବିଭାଗ ଧରିବା ପରେ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଗାଁ ପୋଖରୀରେ କୁମ୍ଭୀର ଭୟ, ଦିନ ତମାମ ନାକେଦମ ପରେ ଧରାପଡ଼ିଲା କୁମ୍ଭୀର

ଇଟିଭି ଭାରତ, କେନ୍ଦ୍ରାପଡା 

ABOUT THE AUTHOR

...view details