Rath Yatra 2023: ସାତ ସମୁଦ୍ର ଡେଇଁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି, ଦେଖନ୍ତୁ କେତେ ଆନନ୍ଦିତ କାଳିଆର ବିଦେଶୀ ଭକ୍ତ - ରଥଯାତ୍ରା ୨୦୨୩
ପୁରୀ: ଜଗତର ନାଥ କାଳିଆ ସାଆନ୍ତ...ଦିବ୍ୟଦ୍ରଷ୍ଟା ଦୟାର ସାଗର । ଭକତ ଭାବରେ ବନ୍ଧା ଭାବ ବିନୋଦିଆ କଳା ଠାକୁର । ଆଜି ମହାବାହୁଙ୍କ ପବିତ୍ର ଘୋଷଯାତ୍ରା । ବର୍ଷକ ପରେ ଭକ୍ତଙ୍କୁ ଦେଖିବାକୁ ରତ୍ନ ସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇ ରଥାରୁଢ଼ ହୋଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । କଳା ସାଆନ୍ତେଙ୍କ ଦର୍ଶନ ପାଇଁ ସାତ ସମୁଦ୍ର ଡେଇଁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ଭକ୍ତ । କଳା ଶ୍ରୀମୁଖର ଝଲକ ଟିକିଏ ପାଇବାକୁ ବଡ଼ଦାଣ୍ଡରେ ପହଞ୍ଚିଛନ୍ତି କାହିଁ କେତେ ବିଦେଶୀ ଭକ୍ତ । ଜୟ ଜଗନ୍ନାଥ ଧ୍ବନୀରେ ଫାଟି ପଡ଼ୁଛି ବଡ଼ଦାଣ୍ଡ । ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ଅବସରରେ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । ବଡ଼ଦାଣ୍ଡରେ ହାତ ଯୋଡ଼ି ମହାପ୍ରଭୁଙ୍କଠାରେ ଭକ୍ତି ନୈବେଦ୍ୟ ଅପର୍ଣ କରୁଛନ୍ତି । ଆମେ ମନ୍ଦିର ଭିତରକୁ ଯାଇ ପାରୁନାହୁଁ । ଆମକୁ ଦେଖିବାକୁ ଆସିଛନ୍ତି ଜଗନ୍ନାଥ । ମହାପ୍ରଭୁ ଆମକୁ ଟିକିଏ ଦେଖି ଦିଅନ୍ତୁ, ଆମେ ଧନ୍ୟ ହୋଇଯିବୁ ବୋଲି କହି ଭାବ ବିହ୍ବଳ ହୋଇଯାଉଛନ୍ତି ବିଦେଶୀ ଭକ୍ତ ।