ଓଡିଶା

odisha

ବାଜିରେ ଲାଗିଛି ଯାତ୍ରୀଙ୍କ ଜୀବନ

ETV Bharat / videos

ରେଳ ଷ୍ଟେସନରେ ଅଚଳ ଫୁଟ ଓଭରବ୍ରିଜ, ଟ୍ରେନ ମଝିରେ ପାର ହେଉଛନ୍ତି ଯାତ୍ରୀ - ଟ୍ରେନ ତଳେ ପଶି ପାର ହେଉଛନ୍ତି ଯାତ୍ରୀ

By

Published : Aug 19, 2023, 5:04 PM IST

ବାଲେଶ୍ଵର: ରେଳ ଷ୍ଟେସନରେ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବାପାଇଁ ଏବେ ଯାତ୍ରୀ ଭୋଗୁଛନ୍ତି ଅସୁବିଧା । ପ୍ଲାଟଫର୍ମ ଭିତରେ ଥିବା ଫୁଟ ଓଭରବ୍ରିଜ ଦୀର୍ଘମାସ ହେବ ଅଚଳ ହୋଇ ପଡିରହିଛି । ଯାତ୍ରୀମାନେ ସର୍ଟକଟ ମାରି କେତେବେଳେ ଟ୍ରେନ ଲାଇନ ଦେଇ ତ ପୁଣି କେତେବେଳେ ଟ୍ରେନ ତଳେ ପଶି ଗୋଟିଏ ପ୍ଲାଟ ଫର୍ମରୁ ଆଉ ଗୋଟିଏ ପ୍ଲାଟ ଫର୍ମକୁ ଯିବା ଆସିବା କରୁଛନ୍ତି । । ଯାହା ଫଳରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ପୂର୍ବରୁ ଏଟିଏମ ଦେଇ ପ୍ଲାଟଫର୍ମକୁ ସଂଯୋଗ ହୋଇଥିବା ଫୁଟ ଓଭରବ୍ରିଜ ଏବେ ସମ୍ପୂର୍ଣ୍ଣ ଭାବେ ଖୋଲି ଦିଆଯାଇଛି । ହେଲେ ଯାତ୍ରୀଙ୍କ ଯିବା ଆସିବା ରାସ୍ତା ସୁଗମ କରାଯାଉ ନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଛି । କିଛି ଲୋକ ନିଜ ଜୀବନକୁ ବାଜିରେ ଲଗାଇ ଟ୍ରେନ ମଝିରେ ଥିବା ଫାଙ୍କା ଦେଇ ପ୍ଲାଟଫର୍ମକୁ ଆସୁଥିବାର ଭିଡିଓ ଏବେ ଭାଇରାଲ ହେଉଛି । 

ଏହା ମଧ୍ୟ ପଢ଼ନ୍ତୁ:ଖୋର୍ଦ୍ଧା-ବାରଙ୍ଗ ତୃତୀୟ ରେଳ ଲାଇନ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ବାଲେଶ୍ଵର ରେଳ ଷ୍ଟେସନର ଫୁଟ୍ ଓଭରବ୍ରିଜ ପୁନଃ ନିର୍ମାଣ କାମ ପାଇଁ ଚଳିତବର୍ଷ ଜାନୁଆରୀ ମାସରେ ସେଥିରେ ଚଳାଚଳ ବନ୍ଦ ରଖାଯାଇଛି । ମାତ୍ର ଏପର୍ଯ୍ୟନ୍ତ ଓଭରବ୍ରିଜ୍ କାମ ଆରମ୍ଭ ନହେବା ନେଇ ପ୍ରଶ୍ନ ଉଠୁଛି । ସେଠାରେ ଥିବା ଲିଫ୍ଟ ବି ଆଉ ଯାତ୍ରୀଙ୍କ କାମରେ ଆସୁନି । ଫଳରେ ୨,୩ ଓ ୪ ନମ୍ବର ପ୍ଲାଟଫର୍ମକୁ ଯିବା ପାଇଁ ଯାତ୍ରୀମାନେ ନିଜକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି । କାରଣ ବାଲେଶ୍ଵର ରେଳ ଷ୍ଟେସନରେ ୧ ନମ୍ବର ପ୍ଲାଟଫର୍ମରେ ପହଞ୍ଚି ୨, ୩ ଏବଂ ୪ ନମ୍ବର ପ୍ଲାଟଫର୍ମକୁ ଯିବା ପାଇଁ ଯାତ୍ରୀମାନଙ୍କ ପାଇଁ ଅନେକ ସମସ୍ୟା ଦେଖା ଦେଉଛି । ତେଣୁ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ଦେଇ ଅତିକ୍ରମ କରୁଛନ୍ତି ଯାତ୍ରୀ । ମହିଳା, ପୁରୁଷ ଏବଂ ବୟସ୍କ ଲୋକ ବି ଏପରି ଟ୍ରେନରେ ଚଢି ପାରି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏପରି ଅତିକ୍ରମ କରିବା ଯୋଗୁଁ ଦୁର୍ଘଟଣା ଘଟିବାର ଅନେକ ସମ୍ଭାବନା ରହିଛି। କାରଣ ପୂର୍ବରୁ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ ଦେଇ ଲୋକେ ପାରି ହେଉଥିବା ବେଳେ ହଠାତ୍ ଟ୍ରେନ୍ ଛାଡିଦେଲା । ଅଳ୍ପକେ ଲୋକେ ଦୁର୍ଘଟଣାରୁ ବଞ୍ଚି ଯାଇଥିବା ନଜର ରହିଛି । 

ପୁଣି ଏବେ ସମାନ ପରିସ୍ଥିତି ଦେଖାଦେଇଛି । ଫୁଟ ଓଭର ବ୍ରିଜ କାର୍ଯ୍ୟ ତୁରନ୍ତ କରିବା ପାଇଁ ବାଲେଶ୍ଵରର ବୁଦ୍ଧିଜୀବୀମାନେ ପୂର୍ବରୁ ଅନେକ ଥର ଦାବି ଜଣାଇବା ପରେ ଏବେ ପୁରୁଣା ରେଲିଂ ତଥା ଷ୍ଟେପ ଗୁଡିକ ଖୋଲି ଦିଆଯାଇ ଅନ୍ୟତ୍ର ରକ୍ଷା ଯାଇଛି ।  କେବେ ଏହି ଓଭର ବ୍ରିଜ କାର୍ଯ୍ୟକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details