ଉତ୍ତରକାଶୀ ଟନେଲ ଟ୍ରାଜେଡି: ଶ୍ରମିକଙ୍କ ପାଖକୁ ପାଇପରେ ପଠାଯାଉଛି ଖାଦ୍ୟ, ଦେଖନ୍ତୁ ଦୃଶ୍ୟ - ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା
Published : Nov 13, 2023, 10:05 PM IST
ଡେରାଡୁନ:ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା । ମାଟି ଅତଡା ଖସିଯିବା ଫଳରେ ସୁଡଙ୍ଗ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ । ଏମାନଙ୍କ ମଧ୍ୟରୁ ୫ ଜଣ ଓଡ଼ିଆ ଶ୍ରମିକ ମଧ୍ୟ ରହିଛନ୍ତି । ତେବେ ଏହି ଅଘଟଣକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏଯାବତ ଶ୍ରମିକଙ୍କ ନିକଟରେ ପହଞ୍ଚି ପାରିନାହିଁ ଉଦ୍ଧାରକାରୀ ଟିମ । ଶ୍ରମିକମାନେ ପ୍ରାୟ ୬୦ ମିଟର ପର୍ଯ୍ୟନ୍ତ ଫସି ରହିଥିବା ବେଳେ ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ମାଟି ଅତଡ଼ା ସଫା କରିପାରିଛି ଉଦ୍ଧାରକାରୀ ଟିମ । ଏଭଳି ସ୍ଥିତିରେ ଫସି ରହିଥିବା ଶ୍ରମିକଙ୍କ ନିକଟକୁ ପାଇପ ଯୋଗେ ଖାଦ୍ୟ ପଦାର୍ଥ ଓ ଅମ୍ଲଜାନ ପଠାଯାଉଛି । ୱକି-ଟକି ମାଧ୍ୟମରେ ଶ୍ରମିକଙ୍କ ସହିତ ଯୋଗାଯୋଗ କରାଯାଉଛି । ଏମାନେ ସମସ୍ତେ ସୁରକ୍ଷିତ ରହିଛନ୍ତି । ଯଥାଶୀଘ୍ର ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି କାର୍ଯ୍ୟ ଜାରି ରହିଛି । ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ତେବେ ଦେଖନ୍ତୁ ଶ୍ରମିକଙ୍କ ନିକଟକୁ ପାଇପ ଯୋଗେ କିପରି ପଠାଯାଉଛି ଖାଦ୍ୟ ପଦାର୍ଥ
ଏହା ବି ପଢନ୍ତୁ- ଉତ୍ତରକାଶୀ ଟନେଲ ଟ୍ରାଜେଡି: ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ମୟୂରଭଞ୍ଜର ୩ ଜଣ