ଲୋକ ମହୋତ୍ସବ ସୁବର୍ଣ୍ଣରେ ଗୀତ ଗାଇଲେ ଜିଲ୍ଲାପାଳଙ୍କ ପତ୍ନୀ, ଝୁମିଲେ ଦର୍ଶକ - ଲୋକ ମହୋତ୍ସବ ସୁବର୍ଣ୍ଣ
Published : Jan 9, 2024, 2:03 PM IST
Folk festival Subarna, ସୁବର୍ଣ୍ଣପୁର: ଶୀତୁଆ ରାତିରେ ଜମୁଛି ଲୋକ ମହୋତ୍ସବ ସୁବର୍ଣ୍ଣ 2024 । ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଜିଲ୍ଳା ଉନ୍ନୟନ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳାର ମଜା ନେଉଛନ୍ତି ଦର୍ଶକ । ତୃତୀୟ ସନ୍ଧ୍ୟାରେ ନାଚ ଗୀତର ଆସର ଜମିଥିଲା । ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ପତ୍ନୀ ମଧ୍ୟ ସଙ୍ଗୀତ ପରିବେଶଣ କରିଥିଲେ । ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ଛୁଇଁଥିଲା । ପରେ ପଶ୍ଚିମ ଓଡ଼ିଶାର ଲୋକ ବାଦ୍ୟ ଓ ଲୋକ ସଂଗୀତରେ ମୁଖରିତ ହୋଇଥିଲା ପରିବେଶ । ରସରକେଲି, ମାଇଲାଜଡ, ଜୁଇଫୁଲ, ଚୁଟକୁଚୁଟା, ଡାଲଖାଇ ଲୋକ ନୃତ୍ୟରେ ଦୁଲୁକି ଉଠିଥିଲା ରାମେଶ୍ୱର ଷ୍ଟାଡିୟମ ମୁକ୍ତ ମଞ୍ଚ। ବିଭିନ୍ନ ଜିଲ୍ଳାରୁ ଆସିଥିବା ସାଂସ୍କୃତିକ ଦଳ ସବୁ ନିଜ ନିଜର ଲୋକ ନୃତ୍ୟ ପରିବେଷଣ କରିଥିଲେ। ହଜାର ହଜାର ଦେଖଣାହାରୀ ବିଳମ୍ୱିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।
ଏହା ମଧ୍ୟ ପଢନ୍ତୁ- ସୁବର୍ଣ୍ଣପୁର ଲୋକ ମହୋତ୍ସବ ସୁବର୍ଣ୍ଣ-2024 ଉଦଘାଟିତ
ଇଟିଭି ଭାରତ, ସୁବର୍ଣ୍ଣପୁର