ସୁଧୁରୁଛି ସ୍ଥିତି, ଚିନ୍ତାରେ ବନ୍ୟା ପୀଡିତା - ଚିନ୍ତାରେ ବନ୍ୟା ପୀଡିତା
ଖୋର୍ଦ୍ଧା: ଧିରେ ଧିରେ ସୁଧୁରୁଛି ବନ୍ୟା ସ୍ଥିତି (flood situation improving in khurda)। ମହାନଦୀର ଶାଖା ନଦୀ ଦୟା, ରାଜୁଆ ଓ ରଣ ନଦୀର ଜଳସ୍ତର କମୁଛି । ଏନେଇ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଜଟଣୀ, ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିରେ ଅନେକ ସୁଧାର ଆସିଛି। ତେବେ ପାଣି ଗେରରେ ଥିବା 69ଟି ଗାଁ ମଧ୍ୟରୁ 22ଟି ଗାଁରୁ ପାଣି ଖସିଛି। ତେବେ ଯେଉଁ ଗାଁରେ ବଢ଼ି ପାଣି ହ୍ରାସ ପାଇଛି ସେହି ଗାଁ ରେ ଯୁଦ୍ଧକାଳୀନ ଭିତ୍ତିରେ ସର୍ବନିମ୍ନ ସୁବିଧାଗୁଡ଼ିକୁ ବ୍ୟବସ୍ଥିତ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି 13ଟି ପଞ୍ଚାୟତର 47ଟି ଗାଁର 22 ହଜାର 845ଜଣ ପ୍ରଭାବିତ ହୋଇଛନ୍ତି।ସେହିଭଳି 18ଟି ଆଶ୍ରୟସ୍ଥଳୀରେ 7098 ଲୋକ ବର୍ତ୍ତମାନ ଆଶ୍ରୟ ନେଇଛନ୍ତି । ତେବେ ଅନେକ ସ୍ଥାନରେ ବନ୍ୟାାପାଣି ହ୍ରାସ ପାଇଥିବାରୁ ଲୋକମାନେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେପଟେ ଆଜିଠାରୁ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଥିବା ବେଳେ ବନ୍ୟା ପିଡ଼ିତାଙ୍କୁ ଚିନ୍ତାରେ ପକାଇଛି । ଇଟିଭି ଭାରତ,ଖୋର୍ଦ୍ଧା
Last Updated : Feb 3, 2023, 8:27 PM IST