ଓଡିଶା

odisha

ETV Bharat / videos

ନବରଙ୍ଗପୁରରେ ଲଗାଣ ବର୍ଷା, ସୃଷ୍ଟି ହେଲା ବନ୍ୟା ପରିସ୍ଥିତି - ନବରଙ୍ଗପୁରରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି

By

Published : Aug 9, 2022, 8:22 PM IST

Updated : Feb 3, 2023, 8:26 PM IST

ନବରଙ୍ଗପୁର: ଜିଲ୍ଲାରେ ଗତ ୩ ଦିନ ଧରି ଜାରି ରହିଛି ବର୍ଷା । ଜିଲ୍ଲାର ସମସ୍ତ ପ୍ରମୁଖ ନଦୀ ଇନ୍ଦ୍ରାବତୀ, ଭାସକେଲ, ଟୁରୀ, ଗୁଣିଥାଟ, ଅଙ୍ଗି, ଚିତ୍ରାଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଗତକାଲି ରାତିରେ ବ୍ଲକର ବର ଗାଁ ଓ ଚୂରାହାଣ୍ଡି ଗାଁର ସ୍କୁଲ ଘରେ ୭୦ଜଣ ବରିଷ୍ଠ ନାଗରିକଙ୍କୁ ଆଣି ରଖାଯାଇ ଶୁଖୁଲା ଖାଦ୍ୟ ବଣ୍ଟନ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଉକିଆପାଲି, ଚିରମା, ସାନଆମଡା, କୋକଡିସେମଳା, ବିଞ୍ଜଳି, ଘାଟବାସୁଲି ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତାକାଲି ଜିଲ୍ଲାରେ ମୋଟ ୨୭୮ଟି କଚ୍ଚା ଘର ବର୍ଷାରେ ଭାଙ୍ଗିଥିବା ବେଳେ ଆଜି ବର୍ଷା ଯୋଗୁଁ ଡାବୁ ଗାଁ ଓ କୋଡିଙ୍ଗା ତହସିଲର କେତେକ ସ୍ଥାନରେ ଘର ଭାଙ୍ଗିଛି । ଅଗ୍ନିଶମ ବାହିନୀ ସଜାଗ ହୋଇ ରହିଥିବା ବେଳେ ସୂଚନା ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭିଡ଼ିଓ ଦେଖନ୍ତୁ ଇଟିଭି ଭାରତ, ନବରଙ୍ଗପୁର
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details