ଓଡିଶା

odisha

floating stone found from river

ETV Bharat / videos

ନଦୀରୁ ମିଳିଲା ଭାସମାନ ପଥର, ପୂଜା କଲେ ଗ୍ରାମବାସୀ - ନଦୀରେ ଭାସୁଛି ପଥର

By

Published : Jul 30, 2023, 9:50 AM IST

ପୁରୀ: ନଦୀରେ ଭାସୁଛି ପଥର । ପଥର ଉପରେ ରହିଛି ହନୁମାନ, ଶିବ, ତାରେଣୀ ଓ ରାଧାକୃଷ୍ଣଙ୍କ ଚିହ୍ନ । ଭାସମାନ ପଥରକୁ ମନ୍ଦିରରେ ରଖି ପୂଜା କଲେ ଗ୍ରାମବାସୀ । ପୁରୀ ଗୋପ ବ୍ଲକ ଅଧିନ ବେଦପୁର ପଞ୍ଚାୟତ ବାଲିସାହି ଗ୍ରାମର ଲୋକେ ପଥରଟିକୁ ପୂଜା କରୁଛନ୍ତି । ଶୁକ୍ରବାର ସନ୍ଧ୍ୟା ସମୟରେ ସଞ୍ଜୟ କୁମାର ବେହେରା ନାମକ ଜଣେ ବ୍ୟକ୍ତି ପଥରଭଷା ନଦୀ ସଲଗ୍ନ ଗୋପ ବ୍ରାଞ୍ଚ କେନାଲରେ ମଇଁଷି ଗୋଠକୁ ଗାଧୋଇବାକୁ ଯାଇଥିଲେ । ହଠାତ୍‌ ଏହି ସମୟରେ ଏକ ୧୦ ରୁ ୧୫ କିଲୋ ଓଜନର ପଥର ଆକୃତିର ଏକ ବସ୍ତୁ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଏହାକୁ ଉଠାଇବାରୁ ଏହାର ଓଜନ ପ୍ରାୟ ୧୦ ରୁ ୧୫ କିଲୋ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 

ଏ ସମ୍ପର୍କରେ ସ୍ଥାନୀୟ କିଛି ଲୋକଙ୍କୁ ଅବଗତ କରିବା ପରେ ପଥରକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ପଥରରେ ହନୁମାନ, ଶିବ,ତାରେଣୀ ରାଧାକୃଷ୍ଣଙ୍କ ଚିହ୍ନ ଥିବା ଗ୍ରାମବାସୀ କହିଛନ୍ତି । ଉକ୍ତ ଭାସମାନ ପଥରକୁ ଲୋକ ମାନେ ବଳରାମ ଗାଦିରେ ପୂଜାର୍ଚ୍ଚନା କରୁଛନ୍ତି । ଏହି ପଥରକୁ କିଛି ଯୁବକ ଭକ୍ତ ବଳରାମ ଗାଦିରେ ସୁରକ୍ଷିତ ଭାବେ ରଖିଥିବା ଜଣାପଡ଼ିଛି । ଅନ୍ୟପଟେ ପଥରଟି ଏତେ ଓଜନ ସତ୍ତ୍ବେ କଣ ପାଇଁ ଭାସୁଛି ତାର କିଛି ଭଗ୍ନ ଅଂଶକୁ ନେଇ ଘସିଥିବା ବେଳେ ସିମେଣ୍ଟ ମୁଣ୍ଡା ଭଳି ଦିଶୁଥିବା ଏହି ପଥର ପାଉଁଶ ଭଳି ଗୁଣ୍ଡ ହେଇଯାଉଛି ହାତ ଗରମ ହୋଇଯାଉଛି । ଏହା ଉଲୁକା ପିଣ୍ଡ ହୋଇଥାଏ ପାରେ ବୋଲି ଚର୍ଚ୍ଚା ହେଉଛି । ଏହି ପଥରକୁ ନେଇ ଗବେଷଣା କରାଗଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଗ୍ରାମବାସୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦେବୀ ନଦୀରୁ ମିଳିଲା ଭାସମାନ ପଥର, ଘରେ କରୁଛନ୍ତି ପୂଜାର୍ଚ୍ଚନା

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details