Flash Flood Situation: ମହାନଦୀରେ ବନ୍ୟା, ଉବୁଟୁବୁ ଟିକରପଡା - ଅନୁଗୋଳରେ ବନ୍ୟା
ଅନୁଗୋଳ: ବର୍ଷା ପାଇଁ ମହାନଦୀରେ ବନ୍ୟା ସ୍ଥିତି । ପ୍ରଭାବିତ ହୋଇଛି ଅନୁଗୋଳ ଜିଲା ଆଠମଲ୍ଲିକ ଓ ଅନୁଗୋଳ ବ୍ଳକର ଏକାଧିକ ଗାଁ। ମହାନଦୀରେ ଆସିଥିବା ବନ୍ୟାରେ ପ୍ରଭାବିତ ହୋଇଛି ଟିକରପଡା । ପଞ୍ଚାୟତର ଘାଟ ସାହି , ଗଇନ୍ଦି ଓ ମଝିପଡା । ଘାଟ ସାହିକୁ ପାଣି ଘେରି ରହିଥିବାରୁ ଲୋକେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି। ହଠାତ ନଦୀ ବଢିବା ଯୋଗୁଁ ସେମାନେ ଜୀବନ ବଞ୍ଚାଇବାକୁ ଘର ଦ୍ବାର ଛାଡି ପାଖ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି। ପାଣି ମାଡ଼ି ଆସିବାରୁ ଗାଁ କୁ ସଂଯୋଗ କରୁଥିବା ରାସ୍ତା ଉପରେ 10 ଫୁଟରୁ ଅଧିକ ପାଣି ଚାଲୁଛି। ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି CWC ଅଫିସ ବୋର୍ଡ଼ ଆଦି ପାଣିରେ ବୁଡିଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ଅଧିକାରୀ ମାନେ ପହଞ୍ଚି ଲୋକଙ୍କ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି। ସେପଟେ ଆଠମଲ୍ଲିକ ଉପଖଣ୍ଡ ମହାନଦୀ ଭିତରେ ଥିବା କୁଦଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଚାରିଆଡେ ବନ୍ୟାଜଳ। ମଝିରେ ରହି ଯାଇଛନ୍ତି ଲୋକେ। ସେଠାରେ ପ୍ରାୟ ୬୩ଟି ପରିବାର ବସବାସ କରନ୍ତି। ନଦୀରେ ବେଳକୁ ବେଳ ପାଣି ବଢୁ ଥିବାରୁ ସେମାନଙ୍କୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି।
ଏହା ମଧ୍ୟ ପଢନ୍ତୁ:Flood threat: ସମ୍ଭାବ୍ୟ ବନ୍ୟା ନେଇ ହାଇ ଆଲର୍ଟରେ କେନ୍ଦ୍ରାପଡା, ପ୍ରଶାସନର ପ୍ରାକ୍ ପ୍ରସ୍ତୁତି
ଇଟିଭି ଭାରତ, ଅନୁଗୋଳ