ଓଡିଶା

odisha

ପହିଲି ରଜରେ ଉତ୍ସବମୁଖର କେନ୍ଦ୍ରାପଡା

By

Published : Jun 14, 2023, 5:43 PM IST

ETV Bharat / videos

ପହିଲି ରଜରେ ଉତ୍ସବମୁଖର ଗାଁଠୁ ସହର

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡାରେ ପାଳନ ହୋଇଛି ପହିଲି ରଜ । ରଜସ୍ବଳା ବସୁମାତାଙ୍କୁ ବିଶ୍ରାମ ଦେବା ସହ କୁମାରୀମାନେ ଧୂମଧାମରେ ପାଳିଥାନ୍ତି ଏହି ଗଣପର୍ବ।  ଯେଉଁଥିପାଇଁ କେନ୍ଦ୍ରାପଡାର ଗାଁରୁ ସହର ସବୁଠି ଶୁଭୁଛି ରଜ ଗୀତ। ଆଉ ଗୀତର ତାଳେ ତାଳେ ଦୋଳିରେ ଝୁଲୁଛନ୍ତି କୁମାରୀ ଝିଅ । ଗତକାଲି ସଜବାଜରୁ ଆରମ୍ଭ ହୋଇଥିବାବେଳେ ଘରେଘରେ ପୋଡପିଠା, ଚକୁଳି, ଆରିସା, କାକରା ସାଙ୍ଗକୁ ମଣ୍ଡାପିଠା ଏବଂ ମିଠାରେ ମହକୁଛି ପୁରପଲ୍ଲୀ। ଅନ୍ୟପଟେ ଆଜି ବୁଧବାର ଥିବା କାରଣରୁ ଆମିଷ ବଜାରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି ।

ସକାଳୁ କୁମାରୀମାନେ ଗାଧୋଇ ସାରି ଚନ୍ଦନ କୁଙ୍କୁମରେ ମଥାକୁ ସଜ୍ଜିତ କରି ସାଙ୍ଗମାନଙ୍କ ଗହଣରେ ଦୋଳି ଖେଳିବା ପାଇଁ ବାହାରି ଆସିଛନ୍ତି। ଦଉଡି ଦୋଳି, ପଟ୍ଟା ଦୋଳି, ଚକ୍ରି ଦୋଳି ଇତ୍ୟାଦି ଲଗାଯାଇ ଝିଅମାନେ ଖେଳୁଥିବାବେଳେ ନୂଆ ବିବାହ କରି ବାପଘରକୁ ବୁଲି ଆସିଥିବା ନବ ବିବାହିତାମାନେ ମଧ୍ୟ ପାଳିଛନ୍ତି ରଜ। ସେପଟେ ଘରେ ଘରେ ରଜ ପାନ ଖାଇ ନୂଆ ପୋଷାକ ପରିଧାନ କରି ଗାଁ ମୁଣ୍ଡରେ ଲାଗିଥିବା ଦୋଳି ଖେଳିବାକୁ ଭିଡ଼ ଜମାଇଛନ୍ତି  ଝିଅମାନେ ।

ରଜ ପର୍ବ ଏକ ଅନନ୍ୟ ପରମ୍ପରାର ନିଦର୍ଶନ କରିଥାଏ । ଓଡ଼ିଶାର କଳା,ସଂସ୍କୃତି ଓ ଐତିହ୍ୟକୁ ମନେ ପକାଇ ଏହି ରଜପର୍ବ ପାଳନ କରାଯାଏ । ରଜ ତିନିଦିନ ଧରିତ୍ରୀ ମା' ରଜସ୍ବଳା ହୋଇଥିବା ବିଶ୍ବାସ ରହିଛି । ତେଣୁ କୁମାରୀମାନେ ଏହି ତିନି ଦିନ ଘରର କୌଣସି ପ୍ରକାର କାର୍ଯ୍ୟ ମଧ୍ୟ କରିନଥାନ୍ତି । ସାଙ୍ଗସାଥିଙ୍କ ସହ ଗାଁ ବୁଲିବା ସହ ଦୋଳି ଖେଳି ଖୁସି ବ୍ୟକ୍ତ କରିଛନ୍ତି କୁମାରୀମାନେ। 


ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details