Karnataka Election Results: ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ଉତ୍ସବମୁଖର - କର୍ଣ୍ଣାଟକ ନିର୍ବାଚନ ଫଳାଫଳ
ନୂଆଦିଲ୍ଲୀ:ଆସିବାରେ ଲାଗିଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଜନାଦେଶ । ପ୍ରାରମ୍ଭିକ ଫଳାଫଳ ଅନୁସାରେ ବିଜେପି ଠାରୁ ବହୁ ଆଗରେ ରହିଛି କଂଗ୍ରେସ । ଏପରିକି କର୍ଣ୍ଣାଟକରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଦଳ ପୂର୍ଣ୍ଣ ସଂଖ୍ୟ ଗରିଷ୍ଠତା ଆଡ଼କୁ ଅଗ୍ରସର ହେଉଛି । ତେବେ ଏନେଇ ଦେଶବ୍ୟାପୀ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କର ଉତ୍ସାହ ବଢ଼ିବାରେ ଲାଗିଛି । ସମସ୍ତ ରାଜ୍ୟ ମୁଖ୍ୟାଳୟରେ ବାଜା ବଜାଇ ଓ ବାଣ ଫୁଟାଇ ସେଲିବ୍ରେସନ ଆରମ୍ଭ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ହୋଇଥିବା ଫଳାଫଳ ଅନୁସାରେ କଂଗ୍ରେସ ୩୫ଟି ଆସନରେ ବିଜୟ ହାସଲ କରିସାରିଥିବା ବେଳେ ୮୮ଟି ଆସନରେ ଆଗୁଆ ରହିଛି । ତେବେ ମୋଟ ୧୨୩ଟି ଆସନ କଂଗ୍ରସ ଖାତାକୁ ଯାଉଥିବା ଦେଖାଯାଉଛି । ସେହିଭଳି ବିଜେପି ୭୦, ଜେଡିଏସ ୨୫ ଓ ଅନ୍ୟାନ୍ୟ ୭ଟି ଆସନରେ ଆଗୁଆ ରହିଛନ୍ତି । ତେବେ କର୍ଣ୍ଣାଟକରେ କଂଗ୍ରେସ ବିଜୟ ଅଭିମୁଖେ ଯାଉଥିବା ବେଳେ ଦିଲ୍ଲୀ ମୁଖ୍ୟାଳୟରେ ମଧ୍ୟ ସେଲିବ୍ରେସନ ଆରମ୍ଭ ହୋଇଛି । ବାଣ ଫୁଟାଇ କାର୍ଯ୍ୟକର୍ତ୍ତା ମାନେ ବିଜୟ ଉତ୍ସବ ପାଳନ କରୁଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ