ଓଡିଶା

odisha

Fire dg santosh kumar upadhyaya

ETV Bharat / videos

ଫାୟାର ସେଫ୍ଟି ନିୟମାବଳୀ ପାଳନ କରନ୍ତୁ ନ ହେଲେ ହେବ ଦଣ୍ଡ: ଅଗ୍ନିଶମ ଡିଜି - ଅଗ୍ନିଶମ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ

By

Published : Apr 18, 2023, 10:10 PM IST

କଟକ: ଗତ ମାର୍ଚ୍ଚ ମାସରେ ପୁରୀ ସହର ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ଅଗ୍ନିଶମ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟଙ୍କ ପ୍ରତିକ୍ରିୟା। ଓଡିଶା ଫାୟାର ଆଣ୍ଡ ଏମରଜେନ୍ସି ଆମେଣ୍ଡମେଣ୍ଟ ଆକ୍ଟ ଚଳିତ ବର୍ଷ ଜାନୁଆରୀ ମାସରେ ଆଇନରେ ପରିଣତ ହେବା ପରେ ପୁରୀ ଅଗ୍ନିକାଣ୍ଡ ଘଟଣାରେ ପ୍ରଥମ ଥର ପାଇଁ ଏହାକୁ ଲାଗୁ କରିଛି ଅଗ୍ନିଶମ ବିଭାଗ। ଏହି ନୂଆ ଆଇନରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି। ଅର୍ଥଦଣ୍ଡ ଏବଂ ଜେଲଦଣ୍ଡର ବ୍ୟବସ୍ଥା ରଖାଯାଇଛି। ପୁରୀ ଅଗ୍ନିକାଣ୍ଡ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ନୂଆ ଆଇନ ଆଧାରରେ ଦଫା ରୁଜୁ କରାଯାଇଥିବା ବେଳେ ଏହି ଆଇନର ଧାରା-୨୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତେବେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ରାଜ୍ୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ମାନଙ୍କର ଏକ ରିଭ୍ୟୁ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି ।  

ସେହିପରି ନିୟମ ଉଲଘନକାରୀଙ୍କର ଏକ ତାଲିକା ପ୍ରସ୍ତୁତ ପାଇଁ ନିର୍ଦେଶ ଦିଆଯାଇଛି। ଫାୟାର ସେଫଟି ନିୟମାବଳୀ ପାଳନ କରୁ ନ ଥିବା ବଡ଼ ଅନୁଷ୍ଠାନଗୁଡିକୁ ୯୦ ଦିନର ନୋଟିସ ଏବଂ ଛୋଟ ଅନୁଷ୍ଠାନଗୁଡିକ ପାଇଁ ୬୦ ଦିନର ନୋଟିସ ଦିଆଯିବ। ସେହି ସମୟସୀମା ଭିତରେ ଅନୁଷ୍ଠାନ ଗୁଡିକ ତ୍ରୁଟି ନ ସୁଧାରିଲେ ପୁଣି ୧୫ ଦିନ ପାଇଁ ନୋଟିସ ଜାରି କରାଯିବ। ଏହା ସତ୍ତ୍ୱେ ନିୟମ ନ ମାନିଲେ ନୂଆ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।

ତେବେ ରାଜ୍ୟରେ ବିଗତ କିଛି ଦିନ ମଧ୍ୟରେ ଅନେକ ଛୋଟ ବଡ଼ ଅଗ୍ନିକାଣ୍ଡ ଘଟିଛି। ତେଣୁ କେଉଁଠି ଅଗ୍ନି ନିରାପତା ରହିଛି ନାଁ ନାହିଁ ତାହା ପ୍ରଥମ ଜାଣିବା ବିଭାଗ ପାଇଁ ଆବଶ୍ୟକ। ଏହି ଦୃଷ୍ଟି କୋଣରୁ ନୂଆ ଆଇନ ଅନୁସାରେ ଏଣିକି ଏହି ଅଭିଯାନକୁ ଜୋରଦାର କରାଯିବ। ଯାହାଦ୍ୱାରା ଅନେକ ବଡ଼ ବଡ଼ ଅଗ୍ନିକାଣ୍ଡ ଉପରେ ରୋକ ଲଗାଯାଇ ପାରିବ ବୋଲି କହିଛନ୍ତି ଅଗ୍ନିଶମ ଡିଜି। ବିଗତ ଦିନ ମାନଙ୍କରେ ରାଜ୍ୟରେ ଅନେକ ଅଗ୍ନିକାଣ୍ଡ ଘଟିଛି। କିନ୍ତୁ ପୁରୀ ଅଘଟଣ ସବୁ ସୀମା ପାର କରିଯାଇଥିଲା । ନିଆଁ ଲିଭେଇବା ପାଇଁ ଅନେକ ପରିଶ୍ରମ ମଧ୍ୟ କରିଥିଲା ଅଗ୍ନିଶମ ଟିମ। ଆଉ ଶେଷ ରେ ନିଆଁ କୁ ଆୟତ୍ତ କରିବାରେ ସଫଳ ହୋଇଥିଲା ଟିମ। ତେବେ ପ୍ରଥମେ ସଚେତନତା ଅବଲମ୍ବନ ଦୃଷ୍ଟି କୋଣରୁ ଅଗ୍ନିଶମ ନିରାପତ୍ତା ରହିବା ନିତ୍ୟନ୍ତ ଆବଶ୍ୟକ। ତେଣୁ ଏହାକୁ ଗୁରୁତ୍ୱ ଦେବା ପାଇଁ ଏଣିକି ଚେକିଂ ଜୋରଦାର ହେବ ବୋଲି କହିଛନ୍ତି ଡିଜି ।  

ଇଟିଭି ଭାରତ, କଟକ 

ABOUT THE AUTHOR

...view details