ଓଡିଶା

odisha

ଔଷଧ ଗୋଦାମରେ ଅଗ୍ନିକାଣ୍ଡ

By ETV Bharat Odisha Team

Published : Nov 23, 2023, 2:27 PM IST

ETV Bharat / videos

ଔଷଧ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ମେଡିସିନ ପୋଡି ପାଉଁଶ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ଅଗ୍ନିକାଣ୍ଡ  । ତେବେ ସର୍ଟ ସର୍କିଟ ଯୋଗୁଁ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ଔଷଧ ଗୋଦାମରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ଜରୁରୀ ଔଷଧ ଜଳିପୋଡ଼ି ଯାଇଥିବା ସୂଚନା । ତେବେ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଔଷଧ ଗୋଦାମ ଗୃହରେ ନିଆ ଲାଗିଥିବା ବେଳେ ସିକ୍ୟୁରିଟି ଗାର୍ଡ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ଉପରିସ୍ଥ ସେଠାରେ ପହଞ୍ଚି ବୌଦ୍ଧ ଦମକଳ ବାହିନୀକୁ ଖବର ଦେବା ପରେ ସେମାନେ ଆସି ପ୍ରାୟ ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଇଞ୍ଜେକ୍ସନ୍‌, ଔଷଧ ପୋଡ଼ି ନଷ୍ଟ ହୋଇ ଯାଇଥିବା ବେଳେ ବହୁ ଇଲେକ୍ଟ୍ରିକାଲ ଉପକରଣ ତଥା ଡିପ ଫ୍ରିଜର, ଏସି ଆଦି ମଧ୍ୟ ପୋଡ଼ି ନଷ୍ଟ ହୋଇ ଯାଇଛି ।  ପ୍ରାଥମିକ ସୂଚନା ଅନୁଯାୟୀ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣା ପଡିଥିବା ବେଳେ ତଦନ୍ତ ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ସଟସର୍କିଟରେ ଜଳିଗଲା ଘର, ସରକାରୀ ସହାୟତା ଅପେକ୍ଷାରେ ସୁର

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details