ଓଡିଶା

odisha

ETV Bharat / videos

ସର୍ଟ ସର୍କିଟରୁ ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

By

Published : Dec 23, 2022, 7:44 AM IST

Updated : Feb 3, 2023, 8:36 PM IST

ରାୟଗଡ଼ା: ସଦର ମହକୁମା ରୟତ କଲୋନୀରେ ଭୟାବହ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଘରେ ଲାଗିଲା ନିଆଁ । ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ରୟତ କଲୋନୀର ତୃତୀୟ ଲେନରେ ବାସ କରୁଥିବା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମଞ୍ଜୁଳା କାର୍ଜିଙ୍କ ଘରେ ଗତ ସନ୍ଧ୍ୟାରେ କେହି ନଥିବା ସମୟରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଏହି ସମୟରେ ମଞ୍ଜୁଳାଙ୍କ ଦୁଇ ପୁତୁରା ବାହାରକୁ ଯାଇଥିବା ବେଳେ ମଞ୍ଜୁଳା ପଡୋଶୀ ଘରେ ବସିଥିଲେ। କ୍ଷୀର ବାଲା କ୍ଷୀର ଦେବା ପାଇଁ ଡାକିବାରୁ ମଞ୍ଜୁଳା ଆସି ଘର କବାଟ ଖୋଲିବା ବେଳେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ବାସିନ୍ଦା ଏହା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ କାହାରି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ଇଟିଭି ଭାରତ, ରାୟଗଡା
Last Updated : Feb 3, 2023, 8:36 PM IST

ABOUT THE AUTHOR

...view details