ଓଡିଶା

odisha

ହୁତୁହୁତୁ ଜଳୁଛି ନଳବଣ, ବିପଦରେ ଫିସିଂ କ୍ୟାଟ୍ ସହ ବହୁ ବିରଳ ଜୀବଜନ୍ତୁ

By

Published : May 6, 2023, 10:58 AM IST

fire breaks out in chilika nalabana

ଖୋର୍ଦ୍ଧା: ହୁତୁହୁତୁ ହୋଇ ଜଳୁଛି ନଳବଣ । ଚିଲିକା ଜଳରାଶିର କୂଳେକୂଳେ ଥିବା ନଳ ଘାସରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଫଳରେ ବିରଳ ପ୍ରଜାତିର ଫିସିଂ କ୍ୟାଟ୍ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ସୂଚନାଅନୁସାରେ, ଟାଙ୍ଗୀ ଥାନା କାଳୁପଡ଼ାଘାଟ ଜେଟି ନିକଟରେ ଥିବା ନଳବଣରେ ଏହି ନିଆଁ ଲାଗିଛି । କିଛି ଖଳ ପ୍ରକୃତିର ବ୍ୟକ୍ତି ନଳବଣରେ ଥିବା କଉ, ଶଉଳ, ରତା, ମାଗୁର ଆଦି ମାଛ ଧରିବା ଲାଗି ଏଥିରେ ନିଆଁ ଲଗାଇ ଦେଉଥିବା ଅନୁମାନ କରାଯାଉଛି । ପ୍ରବଳ ତାତିରେ ନଳଘାସ ଶୁଖି ଯାଇଥିବା ବେଳେ ଏଥିରେ ନିଆଁ ଲଗାଇ ଦିଆଯିବା ପରେ ହଠାତ୍ ଏହା ଚିଲିକା କୂଳର ଏକର ଏକର ଅଞ୍ଚଳକୁ ବ୍ୟାପୀ ଯାଇଥିଲା । ନିଆଁର ପ୍ରକୋପ ଏତେଥିଲା ଯେ ଏହା ଉପରକୁ ଉଠୁଥିବା ଦେଖିବାକୁ ମିଳିଛି । ନିଆଁ ତୁରନ୍ତ ଲିଭାଇ ଦିଆ ନଗଲେ ଏହା ଆହୁରି ଅଧିକ ଅଞ୍ଚଳକୁ ବ୍ୟାପିବାର ସମ୍ଭାବନା ରହିଛି । ଫଳ‌ରେ, ଚିଲିକାର ଜୈବବିବିଧତା ପ୍ରତି ବଡ଼ ବିପଦ ଭାବେ ଉଭାହେବାର ଆଶଙ୍କା ରହିଛି । ଚିଲିକାରେ ନିଆଁ ଲାଗିଲେ ଜଳଚର ଜୀବ ପ୍ରଭାବିତ ହେବେ ଏପରି ଚିଲିକାର ଜୈବ-ବିବିଦ୍ଧତା ମଧ୍ୟ ନଷ୍ଟ ହୋଇଯିବ । 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details