ଓଡିଶା

odisha

ପାରାଦ୍ୱୀପ ପୋର୍ଟ ଆପର୍ଟମେଣ୍ଟରେ ଅଗ୍ନିକାଣ୍ଡ

ETV Bharat / videos

ପାରାଦ୍ୱୀପ ପୋର୍ଟ କ୍ୱାର୍ଟରରେ ଅଗ୍ନିକାଣ୍ଡ, ସୁରକ୍ଷିତ ଉଦ୍ଧାର ହେଲେ ଲୋକେ

By

Published : Jun 13, 2023, 10:51 PM IST

ଜଗତସିଂହପୁର: ପାରାଦ୍ୱୀପ ପୋର୍ଟ ଆପର୍ଟମେଣ୍ଟରେ ଅଗ୍ନିକାଣ୍ଡ । ସନ୍ଧ୍ୟାରେ ଜଣେ ମହିଳା ରୋଷେଇ କରୁଥିବା ସମୟରେ ଗ୍ୟାସରୁ ହଠାତ ନିଆଁ ଲାଗିଯାଇଥିଲା । ସୌଭାଗ୍ୟ ବଶତଃ ମହିଳା ଜଣଙ୍କ ଏଥିରୁ ବର୍ତ୍ତି ପାଇଯାଇଥିବା ବେଳେ ନିଆଁ ଲାଗିଯିବାରୁ ଭୟଭୀତ ହୋଇ ରୋଷେଇ ଘର କବାଟ ବନ୍ଦ କରି ଦେଇଥିଲେ । ଫଳରେ ନିଆଁ ଚାରିଆଡ଼େ ବ୍ୟାପିବା ସହିତ ମହିଳାଙ୍କ ବେଡ଼ ରୁମ ମଧ୍ୟକୁ ବ୍ୟାପି ଯାଇଥିଲା । ନିଆଁ ବ୍ୟାପିବା ପରେ ଆପାର୍ଟମେଣ୍ଟ ସାରା ଧୂଆଁମୟ ହୋଇଯାଇଥିଲା । ଧୂଆଁ ଯୋଗୁଁ ତଳ ଓ ଉପର ମହଲାରେ ରହୁଥିବା ସମସ୍ତ ଲୋକ ଅଣନିଶ୍ବାସୀ ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଆପାର୍ଟମେଣ୍ଟ ଭିତରେ ଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଏଥିରେ 10ରୁ ଅଧିକ ଛୋଟପିଲା ଥିବାବେଳେ ଅନେକ ବୟସ୍କ ବ୍ୟକ୍ତି ମଧ୍ୟ ଥିଲେ । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ । 

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details