ଓଡିଶା

odisha

ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ନିଆଁ

By

Published : Apr 21, 2023, 10:08 PM IST

ETV Bharat / videos

୮ ଦିନ ହେଲା ଜଳୁଛି ଜଙ୍ଗଲ, ବନ ବିଭାଗ ପଦକ୍ଷେପ ନେଉନଥିବା ଅଭିଯୋଗ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଜରପଡା ଓ ଅନୁଗୋଳ ରେଞ୍ଜର ଅଧିକାଂଶ ଜଙ୍ଗଲରେ ଗତ ୮ ଧରି ନିଆଁ ଲାଗିଛି । ବିଶେଷ କରି ସୋରିସପାଳ ପାହାଡ଼ରେ ନିଆଁ ଲାଗି ବଡ଼ବଡ଼ ଗଛ, ଗୁଳ୍ମ ଓ ଅନ୍ୟାନ୍ୟ ଗଛପତ୍ର ପୋଡି ଯାଉଛି । ଜଙ୍ଗଲ ନିଆଁରୁ ନିସ୍ତାର ପାଉନାହାନ୍ତି ବନ୍ୟଜନ୍ତୁ । ଜଙ୍ଗଲରେ ନିଆଁର ପ୍ରକୋପ ଯୋଗୁଁ ତାତି ବଢ଼ିବାରେ ଲାଗିଛି । ବନ ବିଭାଗ କର୍ମଚାରୀମାନେ କେବଳ ଔପଚାରିକ ଦୃଷ୍ଟିରୁ ଆସି ବୁଲାବୁଲି କରି ଫେରି ଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତେବେ ନିଆଁ ଲିଭାଇବାକୁ ବନ ବିଭାଗ କୌଣସି ଉଦ୍ୟମ କରୁନଥିବା  ଲୋକେ କହିଛନ୍ତି । ଜଙ୍ଗଲ ଭିତରେ ହରିଣ, କୁଟୁରା ମାନଙ୍କ ଚିତ୍କାର ଶୁଣିବାକୁ ମିଳୁଛି । ପକ୍ଷୀମାନଙ୍କ ରାବରେ କମ୍ପି ଉଠୁଛି ଜଙ୍ଗଲ । ନିଆଁକୁ ଆୟତ୍ତ କରାନଗଲେ ଆଉ ମାତ୍ର କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଜଙ୍ଗଲ ଧ୍ଵଂସ ହେବାର ଆଶଙ୍କା କରାଯାଉଛି । ସେପଟେ ନିଆଁ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ମାଧ୍ୟ ଭୟଭୀତ ହୋଇଅଛନ୍ତି ।

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details