ଓଡିଶା

odisha

fire breaks out

By ETV Bharat Odisha Team

Published : Sep 4, 2023, 12:26 PM IST

ETV Bharat / videos

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲେ ମେଡିକାଲ କର୍ମଚାରୀ

ବାଲେଶ୍ବର:ବାଲେଶ୍ୱର ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ଫକୀରମୋହନ ମେଡିକାଲ କଲେଜରେ ଏସିରେ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପ୍ରଥମ ମହଲା ମେଡିସିନ ୱାର୍ଡରେ ଷ୍ଟାଫ ବସୁଥିବା ଏକ ଏସସି ରୁମରେ ଏହି ନିଆଁ ଲାଗିଛି । ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ନିଆଁକୁ ଆୟତ୍ତ କରିଥିଲେ ମେଡିକାଲର କର୍ମଚାରୀ । ଅନ୍ୟପଟେ ଏନେଇ କିଛି ରୋଗୀ ଭୟରେ ବାହାରକୁ ବାହାରି ଆସିଥିଲେ । ଏହି ନିଆଁ ଦ୍ୱାରା କାହାରି କୌଣସି କ୍ଷତି ହୋଇନଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି କିଛି ଦିନ ପୂର୍ବେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ମେଡ଼ିକାଲର ଓଟିରେ ଅଗ୍ନିକାଣ୍ଡ ଘଟିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସମସ୍ତ ରୋଗୀ ସୁରକ୍ଷିତ ଥିବା ସୂଚନା ମିଳିଥିଲା ।  

ଏହା ମଧ୍ୟ ପଢନ୍ତୁ- ବାରିପଦା ମେଡ଼ିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details