ଓଡିଶା

odisha

ସୋ ରୁମରେ ଅଗ୍ନିକାଣ୍ଡ

ETV Bharat / videos

ବମିଖାଲ ସୋ'ରୁମରେ ଅଗ୍ନିକାଣ୍ଡ, ଫାୟାର ସେଫଟି ନଥିବା ଅଭିଯୋଗ

By

Published : Jun 11, 2023, 10:14 PM IST

ଭୁବନେଶ୍ବର: ବମିଖାଲ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲର କୋଶଲ୍ୟା କମ୍ପ୍ଲେକ୍ସରେ ଥିବା ଇଭି ସୋ'ରୁମରେ ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି । ଅପରାହ୍ନ ପ୍ରାୟ ୩ରୁ ୪ଟା ମଧ୍ୟରେ ଇଭି ସୋ'ରୁମରେ ନିଆଁ ଲାଗିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସୋ'ରୁମ ଭିତରେ ଥିବା ବାଟେରିରୁ ନିଆଁ ଲାଗିଥିବା ଜଣାପଡ଼ିଥିଲା । ଏହାପରେ ଉକ୍ତ ସୋ'ରୁମ ପାଖରେ ଥିବା ଦୁଇଟି ଦୋକାନକୁ ନିଆଁ ବ୍ୟାପିଥିଲା । ଦୀର୍ଘ ସମୟ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା । ତେବେ ଏହି ସୋ'ରୁମରେ ଫାୟାର ସେଫଟି ନଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଏହି ସୋ'ରୁମରେ ନିଆଁ ଲାଗିଥିଲା । କିନ୍ତୁ ଫାୟାର ସେଫଟି ବ୍ୟବସ୍ଥା ନଥିବାରୁ ପୁଣି ଥରେ ଅଗ୍ନିକାଣ୍ଡ ଘଟିଛି । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details