ଓଡିଶା

odisha

ମହାପ୍ରଭୁଙ୍କ ଶରଣରେ ଅର୍ଥମନ୍ତ୍ରୀ, ଦାୟିତ୍ବ ନେବାପରେ ଶ୍ରୀମନ୍ଦିରରେ କଲେ ଜଗା ଦର୍ଶନ

By

Published : May 24, 2023, 3:18 PM IST

ମହାପ୍ରଭୁଙ୍କ ଶରଣରେ ଅର୍ଥମନ୍ତ୍ରୀ

ପୁରୀ: ମହାପ୍ରଭୁଙ୍କ ଶରଣରେ ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ ଦାୟିତ୍ଵ ନେବାପରେ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ତେବେ ସିଂହଦ୍ଵାର ନିକଟରୁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ପ୍ରଥମେ ମନ୍ତ୍ରୀ ଆରୁଖ ପତିତପାବନଙ୍କୁ ଦର୍ଶନ କରିଥିଲେ । ପରେ ବାଇଶି ପାହାଚ ଦେଇ ସେ ଶ୍ରୀମନ୍ଦିରକୁ ପ୍ରବେଶ କରିଥଲେ । ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିଥଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ମହାପ୍ରଭୁଙ୍କ ଦର୍ଶନ ପରେ ମା' ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ମନ୍ତ୍ରୀ ଆରୁଖ । ରାଜ୍ୟର ଅର୍ଥନୈତିକ ସୁପରିଚାଳନା ଓ ଅର୍ଥନୀତିର ଅଭିବୃଦ୍ଧି କିଭଳି ଘଟିବ ସେ ଦିଗରେ ଉଦ୍ୟମ କରିବେ ଓ ଏଥିପାଇଁ ସେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଆଶୀର୍ବାଦ ନେବା ପାଇଁ ପୁରୀ ଆସିଥିବା କହିଛନ୍ତି । ଓଡ଼ିଶାକୁ ଏକ ଉନ୍ନତ ଓ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ସେଥିପ୍ରତି ଅର୍ଥ ବିଭାଗ କିପରି ତତ୍ପରତା ସହ କାମ କରିବ ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବୋଲି ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅନ୍ୟପଟେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details