ପ୍ରଥମରୁ ଆଟାକିଂ ମ୍ୟାଚ ଖେଳିଲେ ଭାରତର ପ୍ରଦର୍ଶନ ଭଲ ରହିବ: ସିନିୟର କୋଚ
ରାଉରକେଲା: ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି ଠାରୁ ଆରମ୍ଭ ହେବ ଏଫଆଇଏଚ ହକି ପ୍ରୋ ଲିଗ ମ୍ୟାଚ । ପ୍ରଥମ ଦିନରେ ଭାରତକୁ ଭେଟିବ ଜର୍ମାନୀ । ହକି ବିଶ୍ବକପ ପରେ ପ୍ରୋ ଲିଗ ମ୍ୟାଚ ଦେଖିବାକୁ ବେଶ ଉତ୍ସାହିତ ଦର୍ଶକ । ତେବେ ଆଜିର ମ୍ୟାଚରେ ଭାରତର ପ୍ରଦର୍ଶନ କିପରି ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର । ଆଜିର ମ୍ୟାଚରେ ଭାରତକୁ ବିଜୟୀ ହେବାକୁ ହେଲେ ପ୍ରଥମରୁ ହିଁ ଭଲ ଖେଳିବାକୁ ପଡିବ । ପ୍ରଥମ ଦୁଇ କ୍ୱାଟରରେ ଭାରତୀୟ ଦଳକୁ ଆଟାକିଂ ଗେମ ଖେଳି ଗୋଲ କରିବାକୁ ପଡିବ ବୋଲି କହିଛନ୍ତି ଓଡିଶା ସ୍ପୋର୍ଟସ ବିଭାଗର ସିନିୟର କୋଚ କାଳୁ ଚରଣ ଚୌଧୁରୀ । ସବୁ ବେଳେ ଭାରତୀୟ ଦଳ ପ୍ରଥମ ହାଫରେ ଭଲ ପ୍ରଦର୍ଶନ କରିବା ସହ ଶେଷ ପର୍ଯ୍ୟାୟରେ ଅଧିକ ଡିଫେଣ୍ଡ କରିବା ଫଳରେ ଲୁଜ ପଏଣ୍ଟ ରହିଥାଏ । ଯେଉଁଥି ପାଇଁ ମ୍ୟାଚରେ ବିଜୟୀ ହେବା ଆଶା କମ ରହିଥାଏ । ତେଣୁ କରି ପ୍ରଥମ ହାଫରେ ଜୋରଦାର ଟକ୍କର ଦେଇ ଶେଷ ପର୍ଯ୍ୟାୟରେ ମଧ୍ୟ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବାକୁ ପଡିବ । ଶୁଣନ୍ତୁ ଆଜିର ମ୍ୟାଚ ନେଇ କଣ ସିନିୟର କୋଚ କାଳୁ ଚରଣ ଚୌଧୁରୀ ।
ଇଟିଭି ଭାରତ, ରାଉରକେଲା