ଓଡିଶା

odisha

ETV Bharat / videos

ଷଣ୍ଢ ଲଢ଼େଇରେ ଆତଙ୍କିତ ଲୋକେ, ଦୋକାନ ଓ ଗାଡ଼ି ଉପରେ ଚଢ଼ିଗଲେ - ଦୁଇ ଷଣ୍ଢ ମଧ୍ୟରେ ଘମାଘୋଟ ଲଢ଼େଇ

By

Published : Jan 30, 2023, 10:57 AM IST

Updated : Feb 3, 2023, 8:39 PM IST

ଡେରାଡୁନ: ଦୁଇ ଷଣ୍ଢ ମଧ୍ୟରେ ଘମାଘୋଟ ଲଢ଼େଇ । ଉତ୍ତରାଖଣ୍ଡ ଇନ୍ଦ୍ରା କଲୋନୀ ଅଞ୍ଚଳ ସ୍ଥିତ ରାମନଗର ରାସ୍ତା ଉପରେ ଦୁଇ ଷଣ୍ଢଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା । ତେବେ ଦୁଇ ଷଣ୍ଢଙ୍କର ଲଢେଇ ଏତେ ଭୟଙ୍କର ଥିଲା ଯେ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ । ପରେ ଲୋକମାନେ ଏହି ଦୁଇ ଷଣ୍ଢଙ୍କ ଯୁଦ୍ଧରୁ ମୁକ୍ତି ପାଇବା ପାଇଁ ମଧ୍ୟ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଷଣ୍ଢ ୨ଟି ପରସ୍ପରର ଏତେ ଶତ୍ରୁ ହୋଇଗଲେ ଯେ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ଅନେକ ବାଇକ ଉପରେ ଚଢ଼ିଯାଇହାକୁ କ୍ଷତିଗ୍ରସ୍ତ କରିଥିଲେ ।   

ତେବେ ଏହି ଷଣ୍ଢ ଲଢେଇଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ ଉଭୟ ଷଣ୍ଢ କିପରି ଜଣଶୁଣା ଶତ୍ରୁ ପରି ପରସ୍ପର ସହିତ ଲଢୁଛନ୍ତି । ସ୍ଥାନୀୟ ଲୋକେ ଏହି ଦୁଇ ଷଣ୍ଢ ମଧ୍ୟରେ ଘଟିଥିବା ଲଢ଼େଇରୁ ବର୍ତ୍ତିବାକୁ  ଚେଷ୍ଟା ମଧ୍ୟ କରୁଛନ୍ତି । ଲୋକମାନେ କ୍ରମାଗତ ଭାବରେ ଷଣ୍ଢ ଉପରେ ପାଣି ପକାଇଥିଲେ । ପରେ ଦୁହେଁ ଅଲଗା ହୋଇଥିଲେ । ତେବେ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ଜଣା ପଡ଼ିଛି । ଏଠାରେ ଏଭଳି ଅଧିକାଂଶ ସମୟ ଚାଲୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି ।  ପୌରପାଳିକାର ମଧ୍ୟ ନଜର ପଡୁନି । 

ଏହାମଧ୍ୟ ପଢ଼ନ୍ତୁ. Naba Kishore Das Death: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରଲୋକ, କିଏ କଣ କହିଲେ ?

ଅଧିକାଂଶ ସମୟରେ ଏହି ଷଣ୍ଢ ଲଢେଇରେ ବି ଲୋକଙ୍କର ଜୀବନ ଯାଇଛି । ନିକଟରେ ତାମିଲନାଡୁରେ ମକର ସଂକ୍ରାନ୍ତି ଦିନ ପାରମ୍ପରିକ ପ୍ରତିଯୋଗିତା ଜାଲିକାଟୁ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅନେକ ଯୁବଗୋଷ୍ଠୀ ଷଣ୍ଢ ସହିତ ଦୌଡ଼ିଥାଆନ୍ତି । ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଥିଲା ଏହି ପର୍ବ । ଏହି ସମୟରେ 60 ଜଣ ଆହତ ହୋଇଥିଲେ । ପାଖାପାଖି 60 ଜଣଙ୍କୁ କଚାଡି ଦେଇଥିଲା ଷଣ୍ଢ । 20 ଜଣ ଗୁରୁତର ଆହତ ହୋଇଥିଲେ। ଗୋପାଳକମାନେ ଅମାରରୁ ବାହାରି ଆସିଥିବା ଷଣ୍ଢକୁ ଅଟକାଇବା ସମୟରେ ଷଣ୍ଢ ସେମାନଙ୍କୁ କଚାଡି ଆହତ କରିଥିଲା । ସେହିପରି ଥାଚାନକୁରିଚିଠାରେ ଅନୁଷ୍ଠିତ ବେଳେ ଅଘଟଣ ଘଟିଥିଲା । ଏଠାରେ ୪୪ ଜଣଙ୍କୁ କଚାଡି ଦେଇଥିଲା ଷଣ୍ଢ । ଗୋପାଳକମାନେ ଅମାରରୁ ବାହାରି ଆସିଥିବା ଷଣ୍ଢକୁ ଅଟକାଇବା ସମୟରେ ଷଣ୍ଢ ସେମାନଙ୍କୁ କଚାଡି ଆହତ କରିଥିଲା । 

Last Updated : Feb 3, 2023, 8:39 PM IST

ABOUT THE AUTHOR

...view details