ଓଡିଶା

odisha

କଲେଜ ଅଧ୍ୟକ୍ଷ ଓ କର୍ମଚାରୀଙ୍କ ମଧ୍ୟରେ ମାରପିଟ, ଭିଡିଓ ଭାଇରାଲ

By ETV Bharat Odisha Team

Published : Sep 14, 2023, 10:59 PM IST

ETV Bharat / videos

କଲେଜ ଅଧ୍ୟକ୍ଷ ଓ କର୍ମଚାରୀଙ୍କ ମଧ୍ୟରେ ମାରପିଟ, ଭିଡିଓ ଭାଇରାଲ

ବାଲେଶ୍ଵର:କଲେଜ ଅଧ୍ୟକ୍ଷ ଜଣେ କର୍ମଚାରୀଙ୍କୁ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି  । ପାଣି ମୋଟର ଚଲେଇବାକୁ କେନ୍ଦ୍ର କରି ବାଲେଶ୍ଵର ସିଦ୍ଧେଶ୍ୱର ମହାବିଦ୍ୟାଳୟ ପରିସରରେ ଅଧ୍ଯକ୍ଷ ଏବଂ କର୍ମଚାରୀଙ୍କ ମଧ୍ୟରେ ଜୋରଦାର ମାରପିଟ ହୋଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର  ସିଦ୍ଧେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀପ୍ତି ଭୂଷଣ କାନୁନଗୋ ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି  । 

ସୂଚନା ଅନୁସାରେ, କଲେଜ ପାଣି ଟାଙ୍କିରେ ପାଣି ଭର୍ତ୍ତି କରିବା ପାଇଁ କଲେଜର ଅଧକ୍ଷ ଦୀପ୍ତି ଭୂଷଣ କାନୁନଗୋ ଏବଂ ଇଲେକ୍ଟ୍ରିସିଆନ କୃଷ୍ଣ ପ୍ରସାଦ ସୁରଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବଚସା ଉଗ୍ରରୂପ ନେଇଥିଲା । ଉଭୟଙ୍କ ମଧ୍ଯରେ ଗଣ୍ତଗୋଳ ହେବା ସହ କଲେଜର ଅଧ୍ଯକ୍ଷଙ୍କ ମାଡରେ ଇଲେକ୍ଟ୍ରିସିଆନ କୃଷ୍ଣ ଆହତ ହୋଇଥିବା ଜଣାପଡିଛି । ଏହି ମାରପିଟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କର୍ମଚାରୀ କୌଣସି ଭୂଲ କରିଲେ ତା ଉପରେ କଲେଜ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ନିୟମ ରହିଥିବା ବେଳେ, ତାହା ନକରି ଅଧକ୍ଷ କିଭଳି ଆଇନ୍କୁ ହାତକୁ ନେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଣେ ଅଧ୍ୟକ୍ଷ ପିଲାଙ୍କ ଆଗରେ ଜଣେ କର୍ମଚାରୀଙ୍କୁ ହାତ ଉଠାଇବା କେତେ ଦୂର ଠିକ୍ ? ଏହାକୁ ନେଇ ବାଲେଶ୍ଵର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି  । ଏଭଳି ଘଟଣାକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି । 

ଇଟିଭି ଭାରତ,ବାଲେଶ୍ଵର 

For All Latest Updates

ABOUT THE AUTHOR

...view details