ବୋନସ ଦାବି ନେଇ ଭାରତୀୟ ମଜଦୂର ସଙ୍ଘର ବିକ୍ଷୋଭ ପ୍ରଦର୍ଶନ - Raurkela steel plant news
Published : Oct 4, 2023, 5:11 PM IST
ରାଉରକେଲା: ପାଖେଇ ଆସିଲାଣି ଦୁର୍ଗାପୂଜା ବୋନସ ପାଇଁ ଧାରଣାରେ ଶ୍ରମିକ ସଂଗଠନ । ଚଳିତ ବର୍ଷ ସଠିକ ଭାବରେ ବୋନସ ପ୍ରଦାନ ଲାଗି ରାଉରକେଲା ଇସ୍ପାତ କାରଖାନା ସମ୍ମୁଖରେ ଭାରତୀୟ ମଜଦୂର ସଙ୍ଘର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ବିଶ୍ରାଛକ ଠାରେ ବୋନସ ଦାବିରେ ତଥା ଏନଜେସିଏସ ଚୁକ୍ତିନାମା ଦାବିରେ ଭାରତୀୟ ମଜଦୂର ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି । ଏହି ଆର୍ଥିକ ବର୍ଷରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆର୍ଥିକ କାରବାର ରେକର୍ଡ ସଂଖ୍ୟକ ସଫଳତା ପାଇଛି । ଚଳିତ ଆର୍ଥିକ ବର୍ଷରେ ୧ଲକ୍ଷ ୫ହଜାର କୋଟି ଟଙ୍କାରୁ ଅଧିକ ସେଲ୍ କରି ଇତିହାସରେ ଶ୍ରେଷ୍ଠ ବିକ୍ରୟ ବର୍ଷ ଭାବରେ ପରିଣତ ହୋଇଛି । ତେବେ ଚଳିତ ବର୍ଷ ଠିକ ସମୟରେ ସଠିକ ବୋନସ ଦିଆଯାଉ ବୋଲି ଦାବି କରିଛି ସଙ୍ଘ ।
ସେହିପରି ଗତ ବର୍ଷ ବ୍ୟାପକ ଆନ୍ଦୋଳନ କରିବା ଦ୍ୱାରା ଶେଷରେ ବୋନସ ଦିଆଯାଇଥିଲା । ସେ ପୁଣି କିସ୍ତି ଭାବରେ ଡିସେମ୍ବର ଶେଷ ସୁଦ୍ଧା ବୋନସ ପ୍ରଦାନ କରାଯାଇଥିଲା । ଗତବର୍ଷ ୪୦୫୦୦ ଟଙ୍କା ବୋନସ୍ କିସ୍ତି ଭାବରେ ମିଳିଥିଲା । ଶ୍ରମିକଙ୍କ ବିରୋଧ ଚୁକ୍ତିନାମାକୁ ସଂଶୋଧନ କରିବା ପାଇଁ ସେଲରେ ୩୯ ମାସର ଏରିଅର୍ ସହିତ ୧୩ ପ୍ରତିଶତଏମ୍.ଜି.ବି ସହ ୨ ଟି ଇନ୍କ୍ରିମେନ୍ଟ ଏବଂ ଗ୍ରାଚ୍ୟୁଇଟି ଉପରେ ସିଲିଂ କରିବାକୁ ଯାଉଥିବା ସେଲ କର୍ତ୍ତୃପକ୍ଷଙ୍କ ଏହି ଶ୍ରମିକ ବିରୋଧୀ ନୀତିକୁ ପ୍ରତ୍ୟାହାର ତଥା ଠିକା ଶ୍ରମିକଙ୍କ ମୂଳଦରମା ଉପରେ ମଜୁରୀ ବୃଦ୍ଧି ଇତ୍ୟାଦି ଦାବି ନେଇ ସଂଘ ତରଫରୁ ଆନ୍ଦୋଳନ ଜାରି ରହଛି ।
ଏହା ମଧ୍ୟ ପଢନ୍ତୁ...୪୨୯ ରାସ୍ତା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଖର୍ଚ୍ଚ ହେବ ୩୯ କୋଟି, ୩ ମାସରେ ସରିବ କାମ
ତେବେ ଏଥର ଉଚିତ ମୂଲ୍ୟରେ ବୋନସ ପ୍ରଦାନ କରାଯାଉ ବୋଲି ଦାବି କରି ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାସହ ଆସନ୍ତା ଅକ୍ଟୋବର ୫ ତାରିଖ ଦିଲ୍ଲୀର ଉତ୍ପାଦନ ଓ ଉତ୍ପାଦକ ଓ ଏନ୍.ଜେ.ସି.ଏସ୍ ବୈଠକ ପୂର୍ବରୁ ବୋନସ ବୈଠକ ଡାକିବା ପାଇଁ ଭାରତୀୟ ମଜଦୂର ସଙ୍ଘ ଦାବି କରିଛି । ପ୍ରତିବର୍ଷ ଉଚ୍ଚ ଅଧିକାରୀମାନଙ୍କୁ ପର୍କ ବାବଦରେ ୮ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଥିବାବେଳେ ସେଲ୍ ଶ୍ରମିକମାନଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛି ସଂଘ । ତେବେ ଚଳିତ ବର୍ଷର ବୋନସ ୪୦୫୦୦ ଟଙ୍କ ଠାରୁ ଅଧିକ ଦିଆଯାଉ ତଥା ଠିକା ଶ୍ରମିକମାନଙ୍କ ମଜୁରୀ ବୃଦ୍ଧିକରି ୨୦ ପ୍ରତିଶତ ଅନୁସାରେ ବୋନସ ପ୍ରାଦନ ଦାବି କରିଛି ସଂଘ ।
ଇଟିଭି ଭାରତ,ରାଉରକେଲା