ଓଡିଶା

odisha

ଅମ୍ବାଭୋନା ଠାରେ ବିରାଟ କୃଷକ ସମାବେଶ, ରାଷ୍ଟ୍ରପତିଙ୍କ ଉଦେଶ୍ୟରେ 11 ଦଫା ଦାବିପତ୍ର

ETV Bharat / videos

ଅମ୍ବାଭୋନାରେ ବିରାଟ କୃଷକ ସମାବେଶ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

By ETV Bharat Odisha Team

Published : Nov 18, 2023, 7:46 AM IST

ବରଗଡ଼: ଅମ୍ବାଭୋନା ବ୍ଲକରେ ବିରାଟ କୃଷକ ସମାବେଶ । ଆନ୍ଦୋଳନ ମୁହାଁ ହେଉଛନ୍ତି ବରଗଡ଼ ଜିଲ୍ଲାର ଚାଷୀ l ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ଭୁକ୍ତା ଆରଏମସି ଅଫିସ ପରିସରରେ ବିଶାଳ କୃଷକ ସମାବେଶ କରାଯାଇଛି । ଏହାସହ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବିପତ୍ର ଅମ୍ବାଭୋନା ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି । ବାରପାହାଡ଼ କୃଷକ ସଂଗଠନ ଓ ଲାଲ ବାହାଦୂର ଶାସ୍ତ୍ରୀ କୃଷକ ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କୃଷକ ସମାବେଶ ଆୟୋଜନ କରାଯାଇଥିଲା ।

ଏହି କୃଷକ ସମାବେଶରେ ଚରଣ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ପଶ୍ଚିମ ଓଡିଶା କୃଷକ ସଂଗଠନର ପରାମର୍ଶଦାତା ରମେଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉପେକ୍ଷିତ ଅର୍ଣ୍ଣଦାତାମାନଙ୍କୁ ନିଜ ନିଜ ହକ୍ ଓ ଅଧିକାର ପାଇଁ ଲଢେ଼ଇ ଜାରି ରଖିବାକୁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବାରପାହାଡ଼ କୃଷକ ସଙ୍ଗଠନର ସଭାପତି ଇସାନ ଚନ୍ଦ୍ର ଭୋଇ, ଲାଲ ବାହାଦୁର ଶାସ୍ତ୍ରୀ କୃଷକ ସଂଗଠନର ସମ୍ପାଦକ ଶଙ୍କର ଖମାରୀ, ସହିଦ ମାଧୋ ସିଂ, କୃଷକ ସଂଗଠନ ଉପସଭାପତି କୁଞ୍ଜ ବିହାରୀ ସମେତ ବହୁ କୃଷକ ନେତା ଯୋଗ ଦେଇଥିଲେ । 
ଏହା ମଧ୍ୟ ପଢନ୍ତୁ:ଚାଷୀ ଜୀବନ ହାରିବା ଘଟଣା, ବଲାଙ୍ଗୀରରେ ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଟିମ୍

ଅର୍ଣ୍ଣଦାତାମାନଙ୍କ ହକ୍ ଓ ଅଧିକାରକୁ ଛଡେଇ ନେଇଥିବା ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିରୋଧରେ ଗର୍ଜନ କରିଥିଲା କୃଷକ ସଂଗଠନ । ଖର୍ଚ୍ଚ ତୁଳନାରେ ଫସଲର ଉଚିତ୍ ମୂଲ୍ୟ ମିଳୁନଥିବା ଅଭିଯୋଗ କରିଛି ସଂଗଠନ । ଏହାସହ ପଡୋଶୀ ଛତିଶଗଡ଼ ତୁଳନାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନାହିଁ, ଜଳସେଚନ ସମସ୍ୟା, ବିଦ୍ୟୁତ ସମସ୍ୟାକୁ ସମାଧାନ କରିବା ପାଇଁ ଦାବି କରିଛି ସଂଗଠନ । ଏହି ସମାବେଶରେ ଆମ୍ବାଭୋନା ବ୍ଲକର ଶତାଧିକ ଚାଷୀ ସାମିଲ ଥିଲେ ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details